ପିଜି ନାମଲେଖା: ପ୍ରବେଶିକା ପରୀକ୍ଷା ମାର୍କ ଅନୁଯାୟୀ ଚୟନ, ମେ 4ରୁ ପରୀକ୍ଷା
ସ୍ନାତକୋତ୍ତର ନାମଲେଖା ପ୍ରକ୍ରିୟା । 28 ଶେଷ ତାରିଖ ।
ନୂଆଦିଲ୍ଲୀ: ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ନାମଲେଖା ପ୍ରବେଶ ପରୀକ୍ଷା ହେବ । ଏଥିପାଇଁ ଆସନ୍ତା ସୋମବାର ଠାରୁ ଆବେଦନ ଆରମ୍ଭ ହେବ । ତେବେ ବର୍ତ୍ତମାନ ଫର୍ମପୂରଣ ତାରିଖ ଆରମ୍ଭ ହୋଇଥିବା ବେଳେ ଆସନ୍ତା 28 ତାରିଖ ଯାଏଁ ଆବେଦନ କରିପାରିବେ । ସାମ୍ସ ଓ୍ବେବସାଇଟରେ ଆବେଦନ କରିପାରିବେ ।
ତେବେ 28ରେ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ 29 ତାରିଖରେ ଫର୍ମ ସଂଶୋଧନ ହେବ । ତେବେ କ୍ୟାରିୟର ମାର୍କକୁ ଚଳିତ ପରୀକ୍ଷାରେ ଧରାଯିବ ନାହିଁ । ପରୀକ୍ଷା ମାର୍କକୁ ନେଇ ପିଲା ଚାକିରି କରିବେ ।
ଜୁଲାଇ 10 ତାରିଖରୁ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ଏପ୍ରିଲ 28 ତାରିଖରୁ ଆଡମିଟ୍ କାର୍ଡ ଏସଏସବି ଓ୍ବେବସାଇଟରେ ଉପଲବ୍ଧ ହେବ ।
ମେ 4 ତାରିଖରୁ 18 ତାରିଖ ଯାଏଁ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା 4ଟି ରାଉଣ୍ଡରେ କରାଯିବ ।
ଯେଉଁମାନେ ନାମ ଲେଖାଇବେ ସେମାନେ ସ୍ନାତ୍ତକ ପ୍ରମାଣପତ୍ର 2 ମାସ ଭିତରେ ଦାଖଲ କରିବା ଆବଶ୍ୟକ ବୋଲି କୁହାଯାଇଛି । ଯେଉଁମାନେ ଦାଖଲ କରିପାରିବେ ନାହିଁ ତାଙ୍କର ନାମ ବାତିଲ କରାଯିବ ।