fbpx

ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରଥମ ସ୍ଥାନରେ ଓଡ଼ିଶା

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭାରେ ଉଠିଲା ଖାଦ୍ୟ ସୁରକ୍ଷା ଯୋଜନା ପ୍ରସଙ୍ଗ, ଯାହାର ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ୧ମ ସ୍ଥାନ ଅଧିକାର କରିଛି ବୋଲି ସେ କହିଛନ୍ତି ।

ଏହା ସହ ସେ କହିଛନ୍ତି ଯେ, ‘ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩କୋଟି ୩୩ଲକ୍ଷ ୨୭ ହଜାର ୨୫୫ ହିତାଧିକାରୀ ଉପକୃତ ହୋଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଡ଼ି ହୋଇଛନ୍ତି ୯୩ ଲକ୍ଷରୁ ଅଧିକ ପରିବାର । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୮ ଲକ୍ଷ ୮ ହଜାର ହିତାଧିକାରୀ ସାମିଲ ହୋଇଛନ୍ତି । ୱାନ ନେସନ ୱାନ ରାସନ କାର୍ଡ ଯୋଜନାରେ ୧୦ହଜାର ୫୭୮ ଡିଲରଙ୍କ ଜରିଆରେ ଯୋଗାଇ ଦିଆଯାଉଛି ସୁବିଧା । ବିଭିନ୍ନ ଇଣ୍ଡେକ୍ସ ଆଧାରରେ ଓଡ଼ିଶା ଏକ ନମ୍ବର ହୋଇଛି ।’

ଖାଦ୍ୟ ସୁରକ୍ଷା ଯୋଜନାରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି । AY,PHH, ଆଧାର ସିଡ଼ିଂ ପ୍ରତିଶତ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପ୍ରତିଶତ ଭଳି ବିଭିନ୍ନ ଇଣ୍ଡେକ୍ସକୁ ଆଧାରରେ ଓଡ଼ିଶା ଏକ ନମ୍ବର ହୋଇଛି । ବଡ ବଡ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ସବୁଥିରେ ଅଧିକ ମାର୍କ ପାଇଛି । ଯୋଜନାକୁ ସବୁବେଳେ ସଠିକ୍ ଭାବେ କାର୍ଯ୍ୟକାରୀ ପାଇ ଯୋଜନା କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ଏ ପ୍ରସଙ୍ଗରେ ଆଲୋଚନା ହୋଇଛି ବୋଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗୃହରେ କହିଛନ୍ତି ।

Get real time updates directly on you device, subscribe now.