fbpx

ଜବତ ହୋଇଥିବା ହାତୀ କଙ୍କାଳର ହେବ ଡିଏନଏ ଟେଷ୍ଟ, ଆମେରିକାରୁ ଆସିଲା କିଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅନେକ ସମୟରେ ହାତୀ ମୃତ୍ୟୁକୁ ଅନେକ ବିବାଦ ଦେଖାଦେଇଛି ଗୋଟିଏ ପଟେ ହାତୀକୁ ଗୁଳିକରି ଶିକାର କରାଯାଉଥିବାବେଳେ, ଅନ୍ୟପଟେ ହାତୀ କଙ୍କାଳ ମଧ୍ୟ ଉଦ୍ଧାର ହୋଇଛି ଯାହାକୁ ନେଇ ରାଜନୀତି ମଧ୍ୟ ଜୋର୍ ଧରିଛି ତେବେ ଏହାରି ମଧ୍ୟରେ ମିଳିଥିବା ହାତୀ କଙ୍କାଳ ଗୁଡ଼ିକର ଯାଞ୍ଚ ପାଇଁ ଆମେରିକାରୁ ସ୍ୱତନ୍ତ୍ର କିଟ୍ ପହଞ୍ଚିଛି

ଏହି କିଟ୍ ସାହାଯ୍ୟରେ ହାତୀ କଙ୍କାଳରୁ ଡିଏନଏ ସାମ୍ପୁଲ ନିଆଯାଇପାରିବ ଯାହାଦ୍ୱାରା ଜଣାପଡ଼ିବ ଜବତ ହୋଇଥିବା କଙ୍କାଳ ମାଈ ହାତୀର କିମ୍ବା ଦନ୍ତା ହାତୀର ଏହା ସହ ହାତୀ ମୃତ୍ୟୁର କାରଣ ଏବଂ ହାତୀର ବୟସ ମଧ୍ୟ ଜଣାପଡ଼ିବ

ନିକଟରେ ଆଠଗଡ଼, ସାତକୋଶିଆ, ସମ୍ବଲପୁର ଫରେଷ୍ଟ ଡିଭିଜନରୁ ହାତୀ କଙ୍କାଳ ଜବତ ହୋଇଥିଲା ତେବେ ବର୍ତ୍ତମାନ କିଟ୍ ପହଞ୍ଚିବା ପରେ ଭୁବନେଶ୍ୱର ଓୟୁଏଟି ଠାରେ ନଷ୍ଟ କଙ୍କାଳରୁ ଲିଙ୍ଗ ନିରୂପଣ ପ୍ରକ୍ରିୟା ଆରମ୍ଭ ହୋଇଛି ଓୟୁଏଟି ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ରର ସଂଯୋଜକଙ୍କ ସୂଚନା

Get real time updates directly on you device, subscribe now.