fbpx

ଓଡ଼ିଶାକୁ ମିଳିବ ଆନ୍ତର୍ଜାତିକ ପୁରସ୍କାର

ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର):  ଓଡିଶା ଭାରତବର୍ଷ ପାଇଁ  ସୁନାମ ନେଇଆସିଛି । ସହରାଞ୍ଚଳ କର୍ମନିଯୁକ୍ତି ଓ ମଳ ପରିଚାଳନା ପାଇଁ ଓଡ଼ିଶାକୁ ଆନ୍ତର୍ଜାତିକ ପୁରସ୍କାର ମିଳିବ  । ବିଶ୍ବର ୧୫ଟି ଦେଶ ସହ ଓଡ଼ିଶାକୁ  ଆନ୍ତର୍ଜାତିକ ପୁରସ୍କାର ମିଳିବ।୨୦୨୦ର ଗ୍ବାଙ୍ଗଝୋ ଆର୍ନ୍ତଜାତିକ ପୁରସ୍କାର ପାଇବ ଓଡ଼ିଶା । ୧୧୪ଟି ପୌରସଂସ୍ଥାରେ ମଜୁରି ଭିତ୍ତିକ ନିଯୁକ୍ତି ଯୋଜନା ଚାଲିଛି   ।

ବ୍ରହ୍ମପୁର ମହାନଗରରେ ମଳ ପରିଚାଳନା ପାଇଁ ମଧ୍ୟ ଓଡ଼ିଶାକୁ ପୁରସ୍କାର ମିଳିବ  । ପୁରୀର ବିଶୁଦ୍ଧ ପାନୀୟଜଳ ଯୋଗାଣ ପ୍ରକଳ୍ପ ପାଇଁ ମଧ୍ୟ ଓଡ଼ିଶାକୁ ପ୍ରମାଣପତ୍ର ମିଳିବ  । ଉଭୟ ପୁରସ୍କାର ଓ ପ୍ରମାଣପତ୍ର ପାଇବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ  ବିବେଚିତ ହୋଇଛି ।

Get real time updates directly on you device, subscribe now.