ବଡ଼ ଘୋଷଣା: ଆସନ୍ତା ୩ ବର୍ଷରେ ହେବ ୪୫ ହଜାର ଶିକ୍ଷକ ନିଯୁକ୍ତି, BSE ଓ CHSEକୁ ମିଶାଇ ହେବ ଗୋଟିଏ ବୋର୍ଡ

ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ।

ଭୁବନେଶ୍ବର: ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା ୩ ବର୍ଷରେ ନିଯୁକ୍ତି ହେବେ 45 ହଜାର ଶିକ୍ଷକ । ସେଥିରୁ ୪୦ ହଜାର ନୂତନ ଶିକ୍ଷକ ପଦବୀ ସୃଷ୍ଟି ହେବ ।

10ମ ଯାଏଁ ମାଗଣା ବହି- ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଦଶମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଦିଆଯିବ । ସ୍କିମାଟିକ୍‌ ପ୍ରାଥମିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ମିଶିଯିବ BSE ଓ CHSE- ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମିଶିଯିବ । BSE ଓ CHSEକୁ ମିଶାଇ ଗୋଟିଏ ବୋର୍ଡ କରାଯିବ ।

ଜାତୀୟ ଶିକ୍ଷାନୀତି ଅନୁଯାୟୀ ପ୍ରାଥମିକ ଶିକ୍ଷାରେ ବ୍ୟାପକ ପରିବର୍ତ୍ତନ କରାଯିବ । ଗୁଣାତ୍ମକ ଶିକ୍ଷା ଉପରେ ଫୋକସ କରାଯିବ ।

NCERT ଢ଼ାଞ୍ଚାରେ SCERTକୁ ବିକଶିତ କରିବାକୁ ପଦକ୍ଷେପ ନିଆଯିବ  । ଟେଷ୍ଟ ବୁକ୍‌ ପ୍ରକାଶନ ଓ ମାର୍କେଟିଙ୍ଗ ସଂସ୍ଥାର ସୁଦୃଢ଼ୀକରଣ ପାଇଁ ନିଷ୍ପତ୍ତି ନିଆଯିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

45 ହଜାରରୁ ଅଧିକ ସ୍କୁଲରେ 160319 ଶିକ୍ଷକ ପଦବୀ ରହିଛି । ନୂଆ ଶିକ୍ଷାନୀତି ଅନୁସାରେ, ଆଉ 39366ଟି ପଦବୀ ସୃଷ୍ଟି କରାଯିବ ।

ଯଦି ଆକଳନ କରାଯାଏ ତେବେ ଡିସେମ୍ବର ସୁଦ୍ଧା 5067ଟି ଶିକ୍ଷକ ପଦବୀ ଖାଲି ରହିବ । 3 ବର୍ଷରେ 44 ହଜାର 443ଟି ଶିକ୍ଷକ ପଦବୀ ପୂରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।