fbpx
BSKY SKY
BSKY SKY

ପୂର୍ବ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀ କହିଲେ ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ରହିଛି, ଉଚ୍ଚ ଉଚ୍ଚସ୍ତରୀୟ ଯାଞ୍ଚ ହେଲେ ସତ ସାମ୍ନାକୁ ଆସିବ

BSKY

ନୂଆଦିଲ୍ଲୀ:ଓଡିଶାର ବାଲେଶ୍ୱରରେ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଏହା ସହିତ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ସଂଖ୍ୟା ଆଗକୁ ଆହୁରି ବଢିବ ବୋଲି କୁହାଯାଉଛି । ତେବେ ଏହି ଦୁର୍ଘଟଣା ପଛରେ କାହାର ଷଡଯନ୍ତ୍ର ରହିଛି ବୋଲି କହିଛନ୍ତି ପୂର୍ବ ରେଳ ମନ୍ତ୍ରୀ ଦିନେଶ ତ୍ରିବେଦୀ । ଦିନେଶ ତ୍ରିବେଦୀ କହିଛନ୍ତି ଏହି ଦୁର୍ଘଟଣା ବହୁତ ଗମ୍ଭୀର । କିନ୍ତୁ ଏହାର ଟାଇମିଂ ବଡ ଅଜବ ରହିଛି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବରେ ଓ ଉଚ୍ଚସ୍ତରୀୟ ଯାଞ୍ଚ କରାଯିବା ଉଚିତ ।

ତ୍ରିବେଦୀ କହିଛନ୍ତି ମୁଁ ଯେଉଁ ଦୃଶ୍ୟ ଦେଖୁଛି ଏପରି ମନେ ହେଉଛି ଯେ, ଯେପରି ଏକ ଭୟଙ୍କର ଭୂକମ୍ପ ସବୁକିିଛି ଉଜାଡି ଦେଇଛି । ଜାପାନ ପରି ଆମର ଲକ୍ଷ୍ୟ ହେବା ଉଚିତ ଯେପରି ଗୋଟିଏ ବି ମୃତ୍ୟୁ ନ ହେଉ । ନୂଆ ନୂଆ ଟେକ୍ନୋଲଜି ଏବେ ରେଲୱେ ସିଷ୍ଟମରେ ସାମିଲ କରାଯାଉଛି ଯାହାର ଉପଯୋଗ କରାଯିବା ଉଚିତ ।

ସେ କହିଛନ୍ତି ପଶ୍ଚିମବଙ୍ଗର କୋଲକାତାରେ ୨୦୧୦ରେ ଏକ ବଡ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣା ପରେ ୧୦ ବର୍ଷ ପର୍ଯ୍ୟନ୍ତ ସେଠାରେ ଟ୍ରେନ୍ ଚାଲି ନ ଥିଲା । ଏହି ଘଟଣାରେ ଗୀତାଞ୍ଜଳୀ ଏକ୍ସପ୍ରେସ୍ ଉପରେ ଏକ ମାଲଗାଡି ଚଢି ଯାଇଥିଲା । ଏହି ଘଟଣାରେ ପ୍ରାୟ ୧୫୦ରୁ ୧୮୦ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ବଡ ଭୟଙ୍କର ଥିଲା ବୋଲି ଯାଞ୍ଚ ଆୟୋଗ କହିଥିଲା ।

 

Get real time updates directly on you device, subscribe now.