fbpx
BSKY SKY
BSKY SKY

Video: ପୁରୀ ଯାଇ ସ୍ନାନଯାତ୍ରା ଦେଖିଥାନ୍ତେ, ଅଧା ରହିଗଲା ଜଗାଦର୍ଶନ, ହେଲେ ଯାତ୍ରୀଙ୍କ ଜୀବନ ନେଇଗଲା କରମଣ୍ଡଳ

BSKY

ବାଲେଶ୍ୱର: ସ୍ନାନଯାତ୍ରା ଦେଖିଥାନ୍ତେ ହେଲେ କରମଣ୍ଡଳ ମାରିଦେଲା । ପୁରୀରେ ପହଞ୍ଚିବା ପୂର୍ବରୁ ଟ୍ରେନ୍ ତଳେ ଚାପି ହୋଇଗଲେ ଶହ ଶହ ଯାତ୍ରୀ । ଆଖି ଆଗରେ ଚାଲି ୨୫୦ ଅଧିକ ଲୋକଙ୍କର ଜୀବନ। ଆଉ ଗୋଟିଏ ଦିନ ପରେ ଶ୍ରୀଜଗନ୍ନାଥଙ୍କର ସ୍ନାନଯାତ୍ରା। ପୁରୀରେ ବେସ ଧୁମଧାନରେ ପାଳନ ହେବେ। ମନ୍ଦିର ଭିତରୁ ବାହାରି ଆସି ମହାପ୍ରଭୁ । ଆଉ ସେହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ସୁଦୁର ପଶ୍ଚିମବଙ୍ଗରୁ ଭକ୍ତ ମାନେ ପୁରୀ ବୁଲିବା ପାଇଁ ବାହାରିଥିଲେ । ହେଲେ ଅଧା ବାଟରେ ସବୁ କିଛି ବଦଳି ଯାଇଥିଲା । ଟ୍ରେନ୍ ଦୁର୍ଘଟଣାରେ ଚାଲିଯାଇଥିଲା ଶହ ଶହ ଲୋଙ୍କର ଜୀବନ ।

କରମଣ୍ଡଳ ଦୁର୍ଘଟଣାରେ ଏମିତି ଅନେକ ଯାତ୍ରୀ ରହିଥିଲେ ଯେଉଁମାନେ ପୁରୀକୁ ବାହାରିଥିଲେ। ଘରୁ ବେସ ଖୁସିରେ ବାହାରିଥିଲେ ପୁରୀଧାମ। ସେଠାରେ ପହଞ୍ଚି କାଳିଆକୁ ଦର୍ଶନ କରିଥାନ୍ତେ ପୁରା ପରିବାର ସହ । ପୁରୀରେ ରହି ସ୍ନାସଯାତ୍ରା ଦେଖିବା ପରେ ଘରକୁ ଫେରିଥାନ୍ତେ। ହେଲେ କିଏ ବା ଜାଣିଥିଲା ଏମିତି ସବୁ ହୋଇଯିବ ବୋଲି । କିଏବା ଜାଣିଥିଲା କରମଣ୍ଡଳର ଭୟଙ୍କର ଦୁର୍ଘଟଣା ହେବ ବୋଲି।

ତେବେ ଦୁର୍ଘଟଣାରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏକ ହଜାରରୁ ଅଧିକ ଲୋକ ଗୁରୁତର ଭାବରେ ଆହତ ହୋଇଛନ୍ତି । ଏବେ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଗିକାଲି ସନ୍ଧ୍ୟା ୭ଟାରୁ ଆରମ୍ଭକରି ଏବେ ପର୍ଯ୍ୟନ୍ତ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଏବେ ବି ଟ୍ରେନ୍ ତଳୁ ଶବକୁ ଉଦ୍ଧାର କରାଯାଉଛି।

Get real time updates directly on you device, subscribe now.