fbpx
BSKY SKY
BSKY SKY

Video: ମୃତ ଦେହରୁ ନେଇଯାଉଛନ୍ତି ସୁନା ଗହଣା, ଚୋରୀ କରୁଛନ୍ତି ଟଙ୍କା ଏବଂ ଦାମିଦାମି ଜିନିଷ

BSKY

ଭୁବନେଶ୍ୱର: ବାଲେଶ୍ୱରରେ ଘଟିଥିବା ଅଭାବନୀୟ ଟ୍ରେନ ଦୁର୍ଘଟଣାରେ ୨୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଟ୍ରେନରୁ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ କିଛି ଲୋକେ ମୃତ ବ୍ୟକ୍ତିଙ୍କ ଠାରୁ ସୁନା ଗହଣା ଚୋରାଇ ନେବା ଖବର ସାମ୍ନାକୁ ଆସିଛି । ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ଲୋକେ ଏପରି କରୁଛନ୍ତି ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାଟି ରାତିରେ ଘଟିଥିବାରୁ, ଅନେକ ଚୋର, ଭିକ୍ଷାବୃତ୍ତି କରୁଥିବା ଲୋକେ ଏପରି ଅମାନବୀୟ କାର୍ଯ୍ୟ କରିବାକୁ ପଛାଉନାହାନ୍ତି । ଟ୍ରେନ ତଳେ ଚାପି ହେଇ ରହିଛନ୍ତି ଅନେକ ଲୋକେ । ରେସ୍କ୍ୟୁ ଅପରେସନ ମଧ୍ୟ ଚାଲୁ ରହିଛି । ଏହି ସମୟରେ ଅନେକ ଲୋକେ ମୃତ ଦେହରୁ ଝାମ୍ପି ନେଉଛନ୍ତି ସୁନା ହାର, ମୁଦୀ, ଏବଂ କିଛି ଗହଣା । ଏହାସହ ଟଙ୍କା ପଇସା ମଧ୍ୟ ଚୋରାଇ ନେଉଛନ୍ତି । ଏହାବ୍ୟତୀତ, ଏଣେତେଣେ ପଡିଥିବା ବ୍ୟାଗରୁ ଏହି ଅସାମାଜିକ ଲୋକେ ଦାମିଦାମି ଜିନିଷ ମଧ୍ୟ ନେଇଯାଉଛନ୍ତି ।

Get real time updates directly on you device, subscribe now.