ବୌଦ୍ଧ MVI ଘରେ ପଶିଲା ଭିଜିଲାନ୍ସ , ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 6ଟି ସ୍ଥାନରେ ରେଡ୍
ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଲ ଚନ୍ଦ୍ର ହାଂସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ 6ଟି ସ୍ଥାନରେ ରେଡ ଚାଲିଛି ।
ବୌଦ୍ଧ: ଭିଜିଲାନ୍ସ ଜାଲରେ ବୌଦ୍ଧ MVI ଗୋପାଲ ଚନ୍ଦ୍ର ହାଂସଦା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାସଭବନ ସମେତ 6ଟି ସ୍ଥାନରେ ରେଡ ଚାଲିଛି ।
ବାରିପଦା ଘର, ବୌଦ୍ଧ ଭଡ଼ା ଘର ଓ RTO ଅଫିସରେ ରେଡ଼୍ କରୁଛି ଭିଜିଲାନ୍ସ । ମୟୂରଭଞ୍ଜ ଖୁଣ୍ଟା ପୈତୃକ ଘର, ବାରିପଦା ସହଯୋଗୀଙ୍କ ଘରେ ମଧ୍ଯ ରେଡ୍ ଚାଲିଛି । ଭୁବନେଶ୍ବର ପାଣ୍ଡରାରେ ଝିଅ ରହୁଥୁବା ଫ୍ଲାଟରେ ବି ଚଢାଉ ଜାରି ରହିଛି।
ଓଡ଼ିଶା ଭିଜିଲାନ୍ସ ଦ୍ୱାରା ୪ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ଚଢ଼ାଉ କରାଯାଉଛି।