fbpx

ଓଡିଶାରେ ଆଜିଠାରୁ ତଳମୁହାଁ ହେବ ତାପମାତ୍ରା: ତାତିରୁ ମିଳିବ ରକ୍ଷା

ଭୁବନେଶ୍ୱର: : ଆଜିଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଲଗାତାର ପ୍ରଚଣ୍ଡ ତାତିରେ ହନ୍ତସନ୍ତ ହେବା ପରେ ଆଜିଠାରୁ ଏହି ତାତିରୁ ମୁକ୍ତି ମିଳିପାରେ । ଗୁରୁଚାପ ବଳୟ ପ୍ରଭାବ ହ୍ରାସ ହେବା ଯୋଗୁଁ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ ତାତିର ପରିମାଣ ମଧ୍ୟ କମ୍ ହୋଇପାରେ । ସେହିପରି ଆଗାମୀ ୩ରୁ ୪ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ୩ ଦିନ ମଧ୍ୟରେ ଦିନର ତାପମାତ୍ରା ୨-୪ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିପାରେ । ତେବେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସହ ପାଗରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କୋରାପୁଟ ଏବଂ କଳାହାଣ୍ଡି ଜିଲ୍ଲାରେ ହାଲୁକା ବର୍ଷା ହେବାର ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.