‘ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର, ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ କରାଯିବ ଅନୁରୋଧ’

ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

ପୁରୀ: ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । “ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହବନି । ଏନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ” ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

“ଶ୍ରୀଜିଉଙ୍କର କିଛି ଅଳଙ୍କାର ପତଳା ହୋଇଗଲାଣି ଏବଂ କିଛି ଅଳଙ୍କାର ଦବି ଗଲାଣି ବୋଲି ସେବାୟତ ଜଣାଇଛନ୍ତି । ନିକଟରେ ଛତିଶା ନିଯୋଗ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁରୋଧ ହୋଇଥିଲା । ମହାପ୍ରଭୁଙ୍କ ଇଚ୍ଛା ଥିଲେ ଏହା ହୋଇପାରିବ” ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।