fbpx

ଓଡିଶା ପାଇଁ ଗର୍ବର ବିଷୟ, ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ ଜିତିଥିବା ବିଶ୍ଵର ୧୫ ସହର ମଧ୍ୟରେ ସାମିଲ୍ ରାଉରକେଲା

ଭୁବନେଶ୍ଵର : ଓଡିଶା ପାଇଁ ଗର୍ବର ବିଷୟ। ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜ ଜିତିଥିବା ବିଶ୍ଵର ୧୫ ସହର ମଧ୍ୟର ସାମିଲ୍ ଶିଳ୍ପ ସହର ରାଉରକେଲା। ଭାରତର ଏକ ମାତ୍ର ସହର ଭାବେ ରାଉରକେଲା ଏହି ଆଓ୍ଵାର୍ଡ ଜିତିଛି। ଆଓ୍ଵାର୍ଡ ଜିତିବା ପରେ ଇସ୍ପାତ ନଗରୀକୁ ନିଜର ବିଚାରକୁ ଆହୁରି ମାର୍ଜିତ କରିବା, ଯୋଜନା ଲାଗୁ କରିବା ଏବଂ ଅଭିନବ ମାପଦଣ୍ଡରେ କାର୍ଯ୍ୟ କଲେ ତିନି ବର୍ଷ ପାଇଁ ଏକ ମିଲିୟନ ଡଲାର ମିଳିବ। ଏହି ପ୍ରକ୍ରିୟାରେ ସହାୟତା ପାଇଁ ନବାଚାର ଏବଂ ବିଶ୍ଵ ପ୍ରସିଦ୍ଧ ବିଶେଷଜ୍ଞଙ୍କ ମାର୍ଗଦର୍ଶନ ମଧ୍ୟ ମିଳିବ।

୧୩ଟି ଦେଶର ଏହି ୧୫ ସହର ମଧ୍ୟରେ ଭାରତର ଶିଳ୍ପ ସହର ରାଉରକେଲା ସାମିଲ୍। କୋଭିଡ୍-୧୯ ମହାମାରୀର ମୁକାବିଲାରେ ସବୁଠୁ ସାହସିକ, ଅଭିନବ ଏବଂ ମହତ୍ଵାକାଂକ୍ଷୀ ଯୋଜନା ପାଇଁ ଏହି ସବୁ ସହରରକୁ ପୁରସ୍କୃତ କରାଯାଇଛି। ରାଉରକେଲାକୁ ୯୯ ଦେଶର ୬୩୧ ଆବେଦନ ମଧ୍ୟରୁ ଚୟନ କରାଯାଇଥିଲା, ଯଦ୍ଵାରା ଉକ୍ତ ସହର ନିଜ ବିଚାର ଜରିଆରେ ୫୦ ଚାମ୍ପିଅନ ସହର ମଧ୍ୟରୁ ଗୋଟିଏ ରହି ପାରିବ। ରାଉରକେଲା ନିଜ ମାପଦଣ୍ଡରେ ଉତ୍ତୀର୍ଣ୍ଣ ହେବା ସହ ଟପ୍ ୧୫ ବିଜେତା ସହରରେ ନିଜକୁ ସାମିଲ୍ କରାଇବାରେ ସଫଳ ହୋଇଛି।

ବ୍ଲୁମର୍ଗ ଫିଲାନଟ୍ରଫିଜେ ୨୦୨୧ ଗ୍ଲୋବାଲ ମେୟର ଚ୍ୟାଲେଞ୍ଜର ଏହା ହେଉଛି ୧୫ତମ ସଂସ୍କରଣ। ଅଭିନବ ଆଇଡିଆ ଏବଂ ସହରକୁ ସରସ ସୁନ୍ଦର କରି ପାରୁଥିବା ଏବଂ ଲୋକଙ୍କୁ ସବୁ କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଉଥିବା ସହରକୁ ଏହି ପୁରସ୍କାରରେ ପୁରସ୍କୃତ କରାଯାଏ। ଚାରୋଟି ମାପଦଣ୍ଡ ଆଧାରରେ ବିଜେତାଙ୍କ ଚୟନ କରାଯାଏ। ଏଥିରେ ଦୂରଦୃଷ୍ଟି, ସାମର୍ଥ୍ୟ, ସୁଗମତା ଏବଂ ଟ୍ରାନ୍ସଫେରାବିଲିଟି ସାମିଲ୍। ଏହି ବିଚାର ଜରିଆରେ ବିଶ୍ଵର ଶତାଧିକ ସହରକୁ ନିଜର ବିକାଶ ପାଇଁ ଏକ ନୂତନ ଆଇଡିଆ ମିଳିଥାଏ।ରାଉରକେଲା ମ୍ୟୁନସିଲିପାଲ କୋର୍ପୋରେସନ(ଆରଏମସି)ର କମିଶନର ଶୁଭଙ୍କର ମହାପାତ୍ର କହିଛନ୍ତି, ତାଙ୍କର ଏହା ବିଚାର ଥିଲା ଯେ, ସୋଲାର କୋଲ୍ଡ ଷ୍ଟୋରେଜ୍ ଆଧାରିତ ଏକ ଡିଜିଟାଲ କ୍ଲଷ୍ଟର ସ୍ଥାପିତ କରାଯିବ। ଏଥିରେ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ ଖରାପ ହେଉଥିବା ବସ୍ତୁର ନବୀକରଣ କରାଯାଇ ଇଲେକ୍ଟ୍ରିକ ଗାଡିର ଉପଯୋଗ କରାଯାଇ ପାରିବ।

ସେ କହିଛନ୍ତି କରୋନା ମହାମାରୀ ସବୁ ବର୍ଗଙ୍କୁ ପ୍ରଭାବିତ କରିଛି, ବିଶେଷ କରି ନିମ୍ନ ବର୍ଗ ଏବଂ ଆର୍ଥିକ ସ୍ଵଚ୍ଛଳ ନଥିବା ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି। ସହରରେ ପାଖାପାଖି ୭୦୦ ପଞ୍ଜୀକୃତ ଛୋଟ ବୁଲା ବିକାଳି ଦୋକାନୀ ଅଛନ୍ତି। ଏହିମାନେ ଶୀଘ୍ର ଖରାପ ହୋଇ ଯାଉଥିବା ଫଳ ଏବଂ ପନିପରିବା ବିକ୍ରି କରନ୍ତି। ସେମାନଙ୍କ ମଧ୍ୟରୁ ୩୦୦ ଜଣ ସାମିଲ୍ ଅଛନ୍ତି। ମାତ୍ର ଶୀତଳ ଭଣ୍ଡାରର ଅଭାବ କାରଣରୁ ସେମାନେ ଯେତେ ଶ୍ରୀଘ୍ର ଉକ୍ତ ସାମଗ୍ରୀକୁ ବିକିବାକୁ ଚେଷ୍ଟା କରିଥାନ୍ତି। ଏପରିକି ଦରକାର ପଡିଲେ କିଣା ଦରଠୁ ବି ଶସ୍ତାରେ ବିକ୍ରି କରି ଦିଅନ୍ତି। ତେଣୁ ଆମେ ଏମିତି ଏକ ଆଇଡିଆ ନେଇ କି ଆସିଲୁ, ଯଦ୍ଵାରା ସୋଲାର ଦ୍ଵାରା ସଞ୍ଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହୋଇ ପାରିବ। ଏହି ସବୁ ଶୀତଳ ଭଣ୍ଡାରକୁ ସହରର ବଛା ବଛା ସ୍ଥାନରେ ଏହାକୁ ସ୍ଥାପନ କରିଛୁ। ଏଥିସହ ଆମେ ନିଷ୍ପତ୍ତି ନେଇଛୁ ଯେ, ଇଲେକ୍ଟ୍ରିକ ଯାନ ଦ୍ଵାରା ଶୀତଳ ଭଣ୍ଡାରରୁ ପନିପରିବା ଏବଂ ଫଳ ଯୋଗାଣ ହୋଇ ପାରିବ। ଏହି ସବୁ ଯାନ ଇଣ୍ଟରନେଟ୍ ଡିଭାଇସ୍ ଦ୍ଵାରା ପରିଚାଳିତ ହେବ। ଏହାର ପରିଚାଳନ କରିବେ ମହିଳା ସଂଘ ବୋଲି କମିଶନର କହିଛନ୍ତି।

Get real time updates directly on you device, subscribe now.