fbpx

ରାଜଧାନୀରେ ଆତ୍ମହତ୍ୟା କଲେ ଓଏଫଏସ ଅଫିସର

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରେ ଆଜି ଘଟିଯାଇଛି ଏକ ଚାଞ୍ଚଲ୍ୟକର ଘଟଣା । କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ଆତ୍ମହତ୍ୟା କରିଛନ୍ତି ଜଣେ ଓଏଫଏସ୍ ଅଫସର । ଡୁମଡୁମା ଅଞ୍ଚଳରେ ରହୁଥିବା ଏହି ଓଏଫଏସ ଅଫିସର ଜଣକ ଓଢଣୀରେ ଝୁଲି ଆତ୍ମହତ୍ୟା କରିଛନ୍ତି । ସେ ଆଜି କାର୍ଯ୍ୟରେ ନୂତନ ଭାବେ ଯୋଗେ ଦେଇଥାନ୍ତେ ।

ତେବେ ମୃତକ ଜଣକ ଟିଟିଲାଗଡର ଅଭିଳାଷ ସୂରୁପ ବୋଲି ଜଣାପଡିଛି । ଗତ କିଛି ମାସ ତଳେ ଓଏଫଏସ ପାଇଥିଲେ । ଆଜି ଟ୍ରେଜେରୀ ଅଫିସରେ କାର୍ଯ୍ୟରେ ଯୋଗ ଦେବାର ଥିଲା । ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.