fbpx

ରାଜ୍ୟରେ ଆଜି ପୁଣି ୨୪୫ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,୨୯ ।୬(ଓଡିଶା ଭାସ୍କର): କରୋନାକୁ ନେଇ ଓଡିଶାର ସ୍ଥିତି ବିଗିଡିବାରେ ଲାଗିଛି । ସଟ-ଡାଉନ ପରେ ବି କରୋନାକୁ ନେଇ ରାଜ୍ୟରେ ସୁଧାର ଆସିବା ପରିବର୍ତ୍ତେ ଅଧିକ ଲୋକ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେଆଜି ଆଉ ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୪୦, ଖୋର୍ଦ୍ଧାରୁ ୨୮, ବରଗଡରୁ ୧୦,ଜଗତସିଂହପୁରରୁ ୯, କେନ୍ଦ୍ରାପଡାରୁ ୮, କେନ୍ଦୁଝର, ଗଜପତି, କଟକ ଓ ନବରଙ୍ଗପୁରରୁ ୭ ଜଣ ଲେଖାଏଁ, ସୁନ୍ଦରଗଡରୁ ୬, ମୟୂରଭଞ୍ଜରୁ ୫, ନୟାଗଡ ଓ ଢେଙ୍ଗାନାଳରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ୱର ଓ ଭଦ୍ରକରୁ ୨ ଜଣ ଲେଖାଏଁ ରାୟଗଡ, ସୁବର୍ଣ୍ଣପୁର, ଝାରସୁଗୁଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.