fbpx

(Video): ଓଃ….କେତେ ସୁନ୍ଦର ଏ ପ୍ରେମ! ଅଲମ୍ପିକ୍ସ ମଧ୍ୟରେ ପ୍ରେମ ନିବେଦନ, ସ୍ୱର୍ଣ୍ଣ ବିଜେତାଙ୍କୁ ମୁଦି ପିନ୍ଧାଇ କଲେ ପ୍ରପୋଜ

ଓଡିଶା ଭାସ୍କର: ଚାଲିଛି ଅଲିମ୍ପିକ୍ସ ମହାକୁମ୍ଭ । ପ୍ୟାରିସକୁ ‘ପ୍ୟାର କା ସହର’ କହନ୍ତି । ତେବେ ଏହି ସହରରେ ଅଲିମ୍ପିକ୍ସ ଚାଲିବା ସହ ପ୍ରେମ ମଧ୍ୟ ଚାଲିଛି ଖେଳ ମଧ୍ୟରେ । ମୋହବତର ସହରରେ ବା କେମିତି ପ୍ରେମ ନ ହେବ । ଏହିକ୍ରମରେ ପ୍ୟାରିସ ଅଲିମ୍ପିକ୍ସ ସମୟରେ ଦେଖିବାକୁ ମିଳିଛି ପ୍ରେମର ସୁନ୍ଦର ଦୃଶ୍ୟ । ଅଲିମ୍ପିକ୍ସ ମଧ୍ୟରେ ବ୍ୟାଡମିଣ୍ଟନ କୋର୍ଟରେ ଦେଖିବାକୁ ମିଳିଛି ଏକ ଖୁବ ସୁନ୍ଦର ନଜାରା ।

 

View this post on Instagram

 

A post shared by Zoom TV (@zoomtv)

କହିରଖୁ, ସ୍ୱର୍ଣ୍ଣ ପଦକ ବିଜେତା ଚୀନର ସୁପରଷ୍ଟାର ମହିଳା ବ୍ୟାଡମିଣ୍ଟନ ଖେଳାଳି ହୁଆଙ୍ଗ ୟାକିଓଙ୍ଗ (Haung ya Qiong) ଙ୍କୁ ତାଙ୍କ ବୟଫ୍ରେଣ୍ଡ ଲିୟୁ ୟୁଚେନ (Liu YA Chen) ମ୍ୟାଚ ପରେ ପ୍ରପୋଜ କରିଛନ୍ତି । ଯାହା ଏବେ ସାରା ବିଶ୍ୱକୁ ପ୍ରେମର ସୁନ୍ଦର ବାର୍ତ୍ତା ପ୍ରଦାନ କରୁଛି । ଏହି ଯୋଡିଙ୍କ ପ୍ରେମ ସାରା ବିଶ୍ୱରରେ ବର୍ତ୍ତମାନ ଚର୍ଚ୍ଚାରେ ।

ଗତକାଲି ହୁଆଙ୍ଗ ୟାକିଓଙ୍ଗ (Haung ya Qiong) ବ୍ୟାଡମିଣ୍ଟନର ମିକ୍‌ଡ ଟିମ ଇଭେଣ୍ଟରେ ଝେଙ୍ଗ ସିୱେଇ (Zheng Siwei)ଙ୍କ ସହ ମିଶି ସ୍ୱର୍ଣ୍ଣ ପଦକ କବ୍ଚା କରିଛନ୍ତି । ଏହି ବିଜୟ ପରେ ହିଁ ହୁଆଙ୍ଗ ୟାକିଓଙ୍ଗ(Haung ya Qiong) ଙ୍କ ବୟଫ୍ରେଣ୍ଡ ତାଙ୍କୁ ପ୍ରପୋଜ କରିଛନ୍ତି । ଏହି ପ୍ରପୋଜାଲର ଭିଡିଓ ଏବେ ବେଶ୍ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଲିୟୁ ୟୁଚେନ ନିଜର ପାର୍ଟନରଙ୍କୁ ପ୍ରଥମେ ଗୁଲଦସ୍ତା ଦେଉଛନ୍ତି । ହୁଆଙ୍ଗ ଏହି ପ୍ରପୋଜାଲକୁ କୌଣସି ପ୍ରକାରେ ମନା କରି ନ ଥିଲେ । ବରଂ ଖୁସିରେ ତାଙ୍କ ଆଖିରୁ ଲୁହ ଗଡି ଆସିଥିଲା । ସେ ଲିୟୁଙ୍କ ମୁଦି ପିନ୍ଧି ନେଇ ତାଙ୍କୁ ଆଲିଙ୍ଗନ କରିଥିଲେ । ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କୋର୍ଟରୁ ବିଶ୍ୱ ଦେଖିଥିଲା ପ୍ରେମର ଏହି ସୁନ୍ଦରତା । ଯାହା ଏବେ ସମସ୍ତଙ୍କୁ ରୋମାଞ୍ଚ ଓ ଖୁସି ବାଣ୍ଟୁଛି ।

Get real time updates directly on you device, subscribe now.