fbpx

Oil India Recriutment 2022: ଜଲଦୀ କରନ୍ତୁ ଆବେଦନ, ଆଜି ଶେଷ ତାରିଖ, ମିଳିବ ୧.୨୭ ଦରମା 

ନୂଆଦିଲ୍ଲୀ: ଅଏଲ ଇଣ୍ଡିଆ ଲିମିଟେଡରେ ଚାକିରି କରିବା ପାଇଁ ଏକ ଭଲ ସୁଯୋଗ ରହିଛି । କାରଣ ଅଏଲ ଇଣ୍ଡିଆରେ ଗ୍ରେଡ ୩/୫ ପଦ ପାଇଁ ଆବେଦନ ପାଇଁ ଆଜି ଶେଷ ତାରିଖ ରହିଛି । ଇଚ୍ଛୁକ ତଥା ଯୋଗ୍ୟ ଆଶାୟୀ ଯେଉଁମାନେ ଆବେଦନ କରିନାହାଁନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ସମୁଦାୟ ୬୨ ପଦ ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ଭଲଭାବରେ ପଢ଼ିନେବାକୁ ପରାମର୍ଶ ।

ଏହି ସବୁ ପୋଷ୍ଟ ପାଇଁ ରହିଛି ଆବେଦନ:

ଗ୍ରେଡ୫:

ପୋଷ୍ଟ କୋଡ TCL12022: 20
ପୋଷ୍ଟ କୋଡ TCG12022: 03
ପୋଷ୍ଟ କୋଡ NUR12022:15
ପୋଷ୍ଟ କୋଡ DIE12022:01
ପୋଷ୍ଟ କୋଡ OHV12022: 07

ଗ୍ରେଡ୩

ପୋଷ୍ଟ କୋଡ PAT12022:04
ପୋଷ୍ଟ କୋଡ RAD12022:02
ପୋଷ୍ଟ କୋଡOPT12022:03
ପୋଷ୍ଟ କୋଡ EFA12022:03
ପୋଷ୍ଟ କୋଡ ICU12022:02
ପୋଷ୍ଟ କୋଡ PHS12022:02

ଯୋଗ୍ୟତା: ଆଶାୟୀଙ୍କ ପାଖରେ କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଏବଂ ଗ୍ରାଜୁଏଟ ଡିଗ୍ରୀ ହେବା ଆବଶ୍ୟକ । ଅଧିକ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖିନିଅନ୍ତୁ ।

ଏହିଭଳି ରହିବ ଦରମା:

ଗ୍ରେଡ୫- ପେ ସ୍କେଲ ପାଇଁ ୩୨,୦୦୦- ୧,୨୭,୦୦୦.୦୦ ଟଙ୍କା

ଗ୍ରେଡ୩- ପେ ସ୍କେଲ ପାଇଁ ୨୬,୬୦୦- ୯୦,୦୦୦ ଟଙ୍କା ରହିଛି ।

ଆଶାୟୀଙ୍କ ଚୟନ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦ୍ୱାରା କରାଯିବ ।

ଏହା ଛଡ଼ା ଆଶାୟୀ ସିଧାସଳଖ ଏହି ଲିଙ୍କରେ ଯାଇ ଆବେଦନ କରିପାରିବେ  ବା ଅଫିସିଆଲ ନୋଟିଫିକେସନ ପଢ଼ିପାରିବେ  ।

 

Get real time updates directly on you device, subscribe now.