fbpx

ମହଙ୍ଗା ଜାରି: ପୁଣି ବଢ଼ିଲା ତୈଳ ଦର

ନୂଆଦିଲ୍ଲୀ, ୨୦ା୨: ସମଗ୍ର ଦେଶରେ ଲଗାତର ୧୨ ଦିନ ଧରି ବଢ଼ିଚାଲିଛି ତୈଳ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ଓ ଡିଜେଲ ଲିଟର ପିଛା ୩୭ ପଇସା ବୃଦ୍ଧି ପାଇଛି । ଦିଲ୍ଲୀରେ ପେଟ୍ରୋଲ ଲିଟର ୯୦.୫୮ ଟଙ୍କା ଓ ଡିଜେଲ ଲିଟର ୮୦.୯୭ ଟଙ୍କା ରହିଛି । ମୁମ୍ବାଇରେ ପେଟ୍ରୋଲ ଲିଟର ୯୭ ଟଙ୍କା ଓ ଡିଜେଲ ଲିଟର ୮୮.୦୬ ଟଙ୍କା ରହିଛି । କୋଲକାତାରେ ପେଟ୍ରୋଲ ଦର ୯୧.୭୮ ଟଙ୍କା ଓ ଡିଜେଲ ଦର ୮୪.୫୬ ଟଙ୍କା ରହିଛି । ସେହିପରି ଚେନ୍ନାଇରେ ପେଟ୍ରୋଲ ଦର ୯୨.୫୯ ଟଙ୍କା ଓ ଡିଜେଲ ଦର ୮୫.୯୮ ଟଙ୍କା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.