ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଧନତେରାସ୍ ଅବସରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଫଳରେ ବିଭିନ୍ନ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବ । ଓଡ଼ିଶା କଥା ବିଚାର କଲେ ରାଜ୍ୟର ୯ଟି ସ୍ଥାନରେ ତୈଳ ଦର ହ୍ରାସ ପାଇବ । ତୈଳ ଡିପୋରୁ ଦୂରଦୂରାନ୍ତରେ ଥିବା ଅଞ୍ଚଳବାସୀ ଏହି ଘୋଷଣାର ଫାଇଦା ଉଠାଇବେ । କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏନେଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସରେ ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା ମୁତାବକ, ଓଡ଼ିଶାର ୯ଟି ସ୍ଥାନର ଉପଭୋକ୍ତାମାନେ ବିଶେଷ ଭାବେ ଉପକୃତ ହେବେ । ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଜିଲ୍ଲାବାସୀଙ୍କୁ ଏହି ଫାଇଦା ମିଳିବ । କୁନନପାଲିରେ ପେଟ୍ରୋଲ ୪.୬୯ ପଇସା ହ୍ରାସ ପାଇଥିବା ବେଳେ ଡିଜେଲ ୪.୪୫ ପଇସା ହ୍ରାସ ପାଇଛି । ସେହିପରି କାଲିମେଳାରେ ପେଟ୍ରୋଲ ୪.୪୫ ପଇସା ଓ ଡିଜେଲ ୪.୩୨ ପଇସା ହ୍ରାସ ହୋଇଛି । ଏଥିସହିତ ଗୋନ୍ଧିଆପାଲ୍ଲୀ, ନନ୍ଦାପୁର, ମାଲିପୁଟ, ରାମଗିରି, ବଡ଼ସାଗର, ରାଇଘର ଓ ଝରିଗ୍ରାମରେ ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଛି ।
धनतेरस के शुभ अवसर पर तेल कंपनियों द्वारा पेट्रोल पंप डीलरों को दी गई बड़ी सौगात का हार्दिक स्वागत!
7 वर्षों से चली आ रही डिमांड हुई पूरी!
उपभोकताओं को मिलेंगी बेहतर सेवाएं पर पेट्रोल और डीज़ल के दामों में कोई बढ़ोतरी नहीं।
तेल कंपनियों द्वारा दूरदराज़ स्थानों (तेल विपणन… https://t.co/SbKtxzYZGR pic.twitter.com/oZDl7ulljF
— Hardeep Singh Puri (@HardeepSPuri) October 29, 2024