ପକେଟକୁ ବାଧୁଛି ତେଲ ଦର, ଭୁବନେଶ୍ୱରରେ ଆଜି କେତେ ରହିଛି ପେଟ୍ରୋଲ-ଡିଜେଲ ରେଟ୍
ଚିନ୍ତା ବଢ଼ାଉଛି ପେଟ୍ରୋଲ-ଡିଜେଲ ଦର। ଆଜି ଭୁବନେଶ୍ୱରରେ କେତେ ରହିଛି ତେଲ ଦର। ଆପଣମାନେ ଜାଣିଛନ୍ତି କି?
ଭୁବନେଶ୍ୱର: ପକେଟକୁ ଭତ୍ରାରି ବାଧୁଛି ପେଟ୍ରେଲ-ଡିଜେଲ ଦର। ଆଉ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି କାଲି ତ ଗାଡି ମୋଟର ନହେଲେ ନଚଳେ। ସେଥିପାଇଁ ଗାଡିରେ ତେଲ ପକାଇବାକୁ ପଡିବ। ଆଉ ସେପଟେ ତେଲର ଦର ବୃଦ୍ଧି ଲୋକଙ୍କୁ ଭାରି ବାଧୁଛି।
ଦିନକୁ ଦିନ ଅନ୍ୟ ସାମଗ୍ରୀ ଭଳି ପେଟ୍ରୋଲ-ଡିଜେଲ ଦରରେ ମଧ୍ୟ ବୁଦ୍ଧି ଘଟୁଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ କିଛି ସ୍ଥାନରେ ମୂଲ୍ୟ ହ୍ରାସ କରିଛନ୍ତି ଏବଂ ଅନ୍ୟ କିଛି ସ୍ଥାନରେ ତୈଳ ମୂଲ୍ୟ ବୃଦ୍ଧି କରାଯାଇଛି। ହେଲେ ଆପଣମାନେ ଜାଣିଛନ୍ତି କି ଆପଣଙ୍କ ସହରରେ ବା ରାଜଧାନୀରେ ଆଜି ତେଲ ଦର କେତେ ରହିଛି।
ତେବେ ଦେଖିବାକୁ ଗଲେ ଏଇ ଦୁଇ ଦିନ ହେବ ତେଲ ଦରରେ ସେପରି କିଛି ବୃଦ୍ଧି ଘଟିନାହିଁ। ହେଲେ ଗତ ୧୦ ଦିନ ମଧ୍ୟରେ, ଭୁବନେଶ୍ୱରରେ ପେଟ୍ରୋଲର ସର୍ବାଧିକ ଦର ଲିଟର ପିଛା ୧୦୧.୧୧ ପଇସା ଥିଲା।
ହେଲେ ଏବେ ସେହି ଦରରେ ସାମାନ୍ୟ ହ୍ରାସ ଘଟିଛି। ଆଜି ଭୁବନେଶ୍ୱରରେ ତୈଳ ଦର ୧୦୦.୯୭ ପଇସା ପ୍ରତି ଲିଟର ରହିଛି। ଗତକାଲି ମଧ୍ୟ ରାଜଧାନୀରେ ସମାନ ଦର ଥିଲା। ଆଜିର ଡିଜେଲ୍ ମୂଲ୍ୟରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ ଆସିଛି । ଡିଜେଲ୍ ପ୍ରତି ଲିଟର ପିଛା ୯୨.୫୫ ପଇସା ରହିଛି।