ରାସ୍ତାରେ ଓଲଟିଲା ତେଲ ଟ୍ୟାଙ୍କର; ପଡ଼ିଥିବା ପେଟ୍ରୋଲ ଆଣିବାକୁ ଯାଇ ପୋଡ଼ିଗଲେ ୯୪ ଜଣ

ନୂଆଦିଲ୍ଲୀ: ଗତକାଲି ରାତିରେ ନାଇଜେରିଆର ଉତ୍ତରାଞ୍ଚଳରେ ତେଲ ଭର୍ତ୍ତି ଏକ ଟ୍ୟାଙ୍କର ବିସ୍ଫୋରଣ ଘଟି ୯୪ ଜଣଙ୍କ ମୃତ୍ୟୁ ଘଟିଛି। ଟ୍ୟାଙ୍କର୍ ଓଲୋଟିବା ପରେ ଟ୍ୟାଙ୍କରରୁ ଲିକ୍ ହୋଇଥିବା ତେଲ ଲୁଟ୍ କରିବା ପାଇଁ ଭିଡ଼ ଜମିଥିବା ବେଳେ ଏହି ଘଟଣା ଘଟିଛି। ଉତ୍ତର ରାଜ୍ୟ ଜିଗାଓ୍ଵାର ମାଜେ ସହରରେ ଏହି ଦୁଃଖଦ ଘଟଣା ଘଟିଛି। ପୁଲିସ ସୂଚନା ଅନୁଯାୟୀ, ତେଲ ଭର୍ତ୍ତି ଟ୍ୟାଙ୍କରଟି ଓଲଟି ପଡ଼ି ନିଆଁ ଲାଗିଯିବାରୁ ୯୪ ଜଣ ଗୁରୁତର ଆହତ ହୋଇଛନ୍ତି।

ଏହି ବିସ୍ଫୋରଣରେ ଅନ୍ୟ ୫୦ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଜିଗାୱା ରାଜ୍ୟର ରିଙ୍ଗିମ୍ ସହରର ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ପୁଲିସ ମୁଖପାତ୍ର ଲାଭାଲ ସିଜୁ ଆଡାମ୍ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ପରଠାରୁ ପୁଲିସ ଅଧିକାରୀମାନେ ଲୋକଙ୍କୁ ଟ୍ୟାଙ୍କର ନିକଟକୁ ନଯିବାକୁ ଚେତାବନୀ ଦେଇଥିଲେ, କିନ୍ତୁ ସେମାନେ ବଢ଼ୁଥିବା ଭିଡ଼କୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଥିଲେ।

ସେ ଗଣମାଧ୍ୟମକୁ କହିଛନ୍ତି, “ଆମେ ଗାଡ଼ି ନିକଟରେ ଲୋକଙ୍କୁ ପେଟ୍ରୋଲ ଭର୍ତ୍ତି କରିବାରୁ ରୋକିବା ପାଇଁ ପ୍ରୟାସ କରିଥିଲୁ। ଅଞ୍ଚଳକୁ ଘେରାବନ୍ଦୀ କରାଯାଇଥିଲେ ମଧ୍ୟ ଆମେ ଲୋକଙ୍କୁ ଅଟକାଇ ପାରିଲୁ ନାହିଁ ଏବଂ ଲୋକମାନେ ଇନ୍ଧନ ଭର୍ତ୍ତି କରୁଥିବା ବେଳେ ନିଆଁ ଲାଗିଯାଇଥିଲା। ସ୍ଥାନୀୟ ସମୟ ରାତି ସାଢ଼େ ୧୧ଟାରେ ଏହି ଦୁର୍ଘଟଣା ଘଟିଥିବା ସେ କହିଛନ୍ତି। ଆଡାମ କହିଛନ୍ତି, ତେଲ ଟ୍ୟାଙ୍କରଟି କାନାଉରୁ ଆସି ୟୋବେ ରାଜ୍ୟ ଅଭିମୁଖେ ଯାଉଥିଲା। ଏହି ସମୟରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଏହି ଘଟଣାରେ ଡ୍ରାଇଭର ଆହତ ହୋଇନାହାନ୍ତି। ପୁଲିସ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.