fbpx

OJEE ପରୀକ୍ଷା ଶିଡ୍ୟୁଲ ପ୍ରକାଶ ପାଇଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଶିଡ୍ୟୁଲ ପ୍ରକାଶ ପାଇଛି । ମେ ମାସ ୬ ତାରିଖରୁ ଓଜେଇଇ ପରୀକ୍ଷା ଆରମ୍ଭ ହେବ । ପ୍ରତ୍ୟେକ ଦିନ ୩ଟି ଶିଫ୍ଟରେ କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମୋଡ଼ରେ ପରୀକ୍ଷା କରାଯିବ । ପରୀକ୍ଷାର ଅବଧି ଦୁଇଘଣ୍ଟା ବିଶିଷ୍ଟ ରହିବ । ମେ ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ରାଜ୍ୟର ୩୦ଟି ପରୀକ୍ଷା କେନ୍ଦ୍ର ଓ ରାଜ୍ୟ ବାହାରର ୩ଟି କେନ୍ଦ୍ରରେ ଏହି ପରୀକ୍ଷା ଚାଲିବ । ସକାଳ ୮.୩୦ରୁ ୧୦.୩୦ ପର୍ଯ୍ୟନ୍ତ ପ୍ରଥମ ଶିଫ୍ଟ, ଦ୍ୱିପ୍ରହର ୧୨.୩୦ରୁ ୨.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ଶିଫ୍ଟ ଓ ଅପରାହ୍ଣ ୪.୩୦ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ତୃତୀୟ ଶିଫ୍ଟ ପରୀକ୍ଷା ହେବ ।

Get real time updates directly on you device, subscribe now.