fbpx

(Video) ଘଟିଲା ବଡ଼ ଚମତ୍କାର ! ହଠାତ୍ ଶୁଭିଲା ଭୟଙ୍କ ଶବ୍ଦ, ଥରି ଉଠିଲା ମାଟି… ମାଟି ଭିତରୁ ବାହାରି ଆସିଲେ ମା’ କାଳୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଚାରିଆଖରେ ଏପରି କିଛି ବଡ଼ଧରଣର ଅଘଟଣ ଘଟିଯାଇଥାଏ ଯାହାକୁ ଖାଲି ଆଖିରେ ନ ଦେଖିଲେ କେହି ବିଶ୍ୱାସ କରିପାରି ନଥାନ୍ତି । ଅନେକ ସମୟରେ ମାଆଙ୍କର ଅପାର ମହିମା ଜନମାନସରେ ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ବଡ଼ ଖବର । ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଥିବା ବଡ଼ ଗୋଦରା ପୋଖରୀରୁ ମା’ କାଳୀଙ୍କ ଅଷ୍ଟଧାତୁ ମୂର୍ତ୍ତି ମାଟି ତଳୁ ଉଦ୍ଧାର କରାଯାଇଛି ।

ଏହି ଘଟଣା ବିଷୟରେ ଜାଣିବା ପରେ ଅଞ୍ଚଳବାସୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଚୈତ୍ର ମାସର ଶେଷ ମଙ୍ଗଳବାର ଏବଂ ପୁର୍ଣିମା ଥିବା ବେଳେ ଏହିଭଳି ଏକ ଘଟଣା ଯାହା ଅଞ୍ଚଳ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଅଷ୍ଟ ଧାତୁ ନିର୍ମିତ ମା’ କାଳୀଙ୍କ ମୂର୍ତ୍ତି ଦେଖିବା ପାଇଁ ଭିଡ ଲାଗି ରହିଥିଲା । ସେହିପରି ସ୍ଥାନୀୟ ଅଞ୍ଚଳର ପୂଜାରୀ ଘଟଣା ସ୍ଥଳରେ ପହଞ୍ଚି ମା’ କାଳୀଙ୍କୁ ରଙ୍ଗ କନାରେ ଘୋଡାଇ କୌଣସି ଏକ ସ୍ଥାନରେ ମନ୍ଦିର ତୋଳି ପୂଜା କରିବା ନିମନ୍ତେ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରୁଥିବା ଜଣା ପଡିଛି ।

ଖବର ମୁତାବକ, ଜଣେ ଯୁବକ କାମ କରୁଥିବା ସମୟରେ ହଠାତ ଥକି ପଡ଼ି ପୋଖରୀ ହୁଡାରେ ଆସି ବସି ପହିଲା ବେଳକୁ ହାତ ଯାଇ ବାଜିଥିଲା କିଛି ଅଦ୍ଭୁତ ଜିନିଷ ଉପରେ । ଯାହାକୁ ଦେଖି ଯୁବକ ଜଣଙ୍କ କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ । ଆଉ ତା’ପରେ ସାହାସ କରି ହାତରେ କ’ଣ ବାଜିଲା ବୋଲି ମାଟି ଖୋଳିବାକୁ ଲାଗିଲେ । ମାଟି ଯେତେ ଯେତେ ଖୋଳିଲେ ଧିରେ ଧିରେ ପୂର୍ଣ୍ଣିମା ରାତିରେ ଚନ୍ଦ୍ରରେ ଆଲୋକରେ ଆଲୋକିତ ହୋଇ ଉଠିଲା ପୂରା ସ୍ଥାନ । ତା’ପରେ ଯୁବକ ଜଣଙ୍କ ଆହୁରି ଗାତ ଖୋଳିବାକୁ ଲାଗିଲେ, ଆଉ ଶେଷରେ ଗଭୀର ମାଟି ତଳୁ ମା’ କାଳୀଙ୍କର ଏକ ଦିବ୍ୟ ମୂର୍ତ୍ତି ବାହାରି ଆସିଥିଲା । ତାହା ଅଷ୍ଟଧାତୁରେ ନିର୍ମିତ ହୋଇଥିଲା ବେଳେ ବହୁ ପୁରାତନ କାଳର ବୋଲି ଜଣା ପଡୁଛି ।

Get real time updates directly on you device, subscribe now.