fbpx

ଗ୍ରୀଷ୍ମ ପ୍ରବାହ ପାଇଁ ବଡ଼ ନିଷ୍ପତ୍ତି: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଟାଇମିଂ ପରିବର୍ତ୍ତନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଅତ୍ୟଧିକ ତାତି କାରଣରୁ ଦେଶର ବିଭିନ୍ନ ରାଜ୍ୟରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ସମୟ ପରିବର୍ତ୍ତନ ହୋଇଛି । ବେସିକ ଶିକ୍ଷା ପରିଷଦ ଅଧିନରେ ପରିଚାଳିତ ଓ ମାନ୍ୟତାପ୍ରାପ୍ତ ସମସ୍ତ ସ୍କୁଲଗୁଡ଼ିକ ସକାଳ ୭.୩୦ରୁ ଦ୍ୱିପ୍ରହର ୧୧ଟା ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ପ୍ରବଳ ଗରମକୁ ଦୃଷ୍ଟିରେ ରଖି ପିତାମାତା, ଶିକ୍ଷକ ଓ ଅଭିଭାବକମାନେ ସ୍କୁଲ ସମୟ ପରିବର୍ତ୍ତନ ନେଇ ଦାବି କରିଆସୁଥିଲେ । ଉକ୍ତ ଅନୁରୋଧକୁ ରକ୍ଷା କରି ପ୍ରଶାସନ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । ଉତ୍ତରପ୍ରଦେଶ ସରକାରଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.