fbpx

କେନ୍ଦ୍ର ସରକାରଙ୍କ ପକ୍ଷରୁ ମଞ୍ଜୁରୀ: RBI ଡେପୁଟୀ ଗଭର୍ଣ୍ଣର ରବି ଶଙ୍କରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡେପୁଟୀ ଗଭର୍ଣ୍ଣର ଟି. ରବି ଶଙ୍କରରଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରାଯାଇଛି । ଏ ସୂତ୍ରରୁ ଏ ବାବଦରେ ଜଣାପଡ଼ିଛି । ଆସନ୍ତା ମେ ମାସ ୩ ତାରିଖରୁ ରବି ଶଙ୍କରଙ୍କ ନୂଆ କାର୍ଯ୍ୟକାଳ ଆରମ୍ଭ ହେବ । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ରବି ଶଙ୍କରଙ୍କ ପୁନ-ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି ।

୨୦୨୧ ମସିହା ମେ ମାସରେ ରବି ଶଙ୍କର ଆରବିଆଇର ଡେପୁଟୀ ଗଭର୍ଣ୍ଣର ଭାବେ ୩ ବର୍ଷ ପାଇଁ ନିଯୁକ୍ତି ପାଇଥିଲେ । ସେ ୧୯୯୦ ମସିହାରେ ଆରବିଆଇରେ ଯୋଗ ଦେବା ସହିତ କେନ୍ଦ୍ରୀୟର ବ୍ୟାଙ୍କର ବିଭିନ୍ନ ପଦରେ ଅବସ୍ଥାପିତ ହୋଇଥିଲେ । ସେ କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ରହି ସେ କେନ୍ଦ୍ରୀୟ ବ୍ୟାଙ୍କର ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ ବିଭାଗରେ ଦାୟିତ୍ୱ ସମ୍ଭାଳୁଥିଲେ ।

Get real time updates directly on you device, subscribe now.