fbpx

ଷ୍ଟଡିରୁ ବଡ଼ ଖୁଲାସା: ବ୍ୟକ୍ତିଙ୍କ ଜୀବନରେ ୨ ଥର ଆସିଥାଏ ବାର୍ଦ୍ଧକ୍ୟ, ପ୍ରଥମ ୪୪ ବର୍ଷ ଏବଂ ଦ୍ୱିତୀୟ..

ଓଡ଼ିଶା ଭାସ୍କର: ମନୁଷ୍ୟ ଜୀବନ ହେଉଛି ଇଶ୍ୱରଙ୍କ ସୁନ୍ଦର ଉପହାର । ଏହାକୁ ସୁସ୍ଥ ଓ ନିରୋଗ ରଖିପାରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କଥା । ନଶ୍ୱର ଶରୀର ଦିନେ ନା ଦିନେ ମାଟିରେ ମିଶିବ । ଜୀବନ କ୍ଷଣସ୍ଥାୟୀ ତେଣୁ ପ୍ରତି ମୁହୂର୍ତ୍ତକୁ ଉପଭୋଗ କରିବା ହିଁ ବୁଦ୍ଧିମତାର କାର୍ଯ୍ୟର୍ । ଅଧିକାଂଶ ବ୍ୟକ୍ତି ଚୀରଯୌବନ ରହିବା ଓ ଦେଖାଯିବା ପାଇଁ ଅନେକ ଔଷଧ, ଡାଏଟ୍ ପ୍ଲାନ, ଯୋଗ ଓ ବ୍ୟାୟାମ କରିଥାନ୍ତି । ସାଧାରଣତଃ ୬୦ ବର୍ଷରେ ବୃଦ୍ଧାବସ୍ଥା ଆସିଥାଏ ବୋଲି ଲୋକଙ୍କ ଧାରଣା ଥାଏ । କିନ୍ତୁ ମଣିଷ ଜୀବନରେ ୨ ଥର ବାର୍ଦ୍ଧକ୍ୟ ଆସିଥାଏ ବୋଲି ଏକ ଷ୍ଟଡିରୁ ଜଣାପଡ଼ିଛି ।

ଷ୍ଟାନଫୋର୍ଡ଼ ୟୁନିଭର୍ସିଟିରେ ସେଣ୍ଟର ଫର୍ ଜିନୋମିକ୍ସ ଆଣ୍ଡ୍ ପର୍ସନଲାଇଜ୍‌ଡ ମେଡିସିନର ପ୍ରୋଫେସର ମାଇକେଲ ସ୍ନାଇଡର ଏକ ଷ୍ଟଡି କରିଛନ୍ତି । ଏହି ଷ୍ଟଡିରେ ଦର୍ଶାଯାଇଛି କି ଆମେ ଧିରେ ଧିରେ ବୃଦ୍ଧ ହୋଇନଥାଉ । ଜୀବନରେ ଗୋଟିଏ ସମୟ ଆସେ ଯେବେ ଏହି ପ୍ରକ୍ରିୟା ବୃଦ୍ଧି ପାଇଥାଏ । ସେ ୨୫ରୁ ୭୫ ବର୍ଷ ବୟସ ମଧ୍ୟରେ ଥିବା ପ୍ରାୟ ୧୦୮ ଭଲ୍ୟୁଣ୍ଟିୟର୍ସଙ୍କୁ ନେଇ ଏହି ଅଧ୍ୟୟନ କରିଥିଲେ । ଏଥିପାଇଁ ସେମାନଙ୍କ ରକ୍ତ, ମଳ, ତ୍ୱଚା, ପାଟି ଏବଂ ନାକରୁ ବାହାରୁଥିବା ସ୍ୱାବ୍ ସାମ୍ପଲ ଟେଷ୍ଟରେ ସାମିଲ ଥିଲା । ପ୍ରତି ମାସ ପ୍ରାୟ ୭ ବର୍ଷ ପାଇଁ ଭଲ୍ୟୁଣ୍ଟିୟର୍ସଙ୍କୁ ଏହି ସାମ୍ପଲ ଦେବାକୁ ପଡ଼ିଥିଲା । ଏଥିରୁ ବୈଜ୍ଞାନିକଙ୍କୁ ୧.୩୫ ଲକ୍ଷ ଭିନ୍ନ ଭିନ୍ନ ମଲିକ୍ୟୁଲ୍ସ ମିଳିଥିଲା ଯେଉଁଥିରେ RNA, ପ୍ରୋଟିନ୍ ଏବଂ ମେଟାବୋଲାଇଟ୍‌ସ ଉପସ୍ଥିତ ଥିଲା । ଏହା ବ୍ୟତୀତ ମାଇକ୍ରୋବ୍ସ ଥିଲେ ଯେଉଁଥିରେ ବ୍ୟାକ୍ଟେରିଆ, ଭାଇରସ ଏବଂ ଫଙ୍ଗସର ନମୁନା ମିଳିଥିଲା । ଅଧିକାଂଶ ମଲିକ୍ୟୁଲ୍ସ ଏବଂ ମାଇକ୍ରୋବ୍ସ ଏକ ସ୍ଥିର ଢ଼ଙ୍ଗରେ ବଢ଼ୁନଥିଲେ ଅର୍ଥାତ ସୋମନଙ୍କ କୌଣସି କ୍ରୋନୋଲୋଜି ନଥିଲା । ଆଶ୍ଚର୍ଯ୍ୟର କଥା ସାମ୍ପଲରେ ୪୦ ଏବଂ ୬୦ ବର୍ଷ ବୟସ ଥିବା ଭଲ୍ୟୁଣ୍ଟିୟର୍ସଙ୍କ ମଲିକ୍ୟୁଲ୍ସ ଏବଂ ମାଇକ୍ରୋବ୍ସ ଦୃତ ଗତିରେ ବୃଦ୍ଧି ପାଉଥିଲା ।

ଏହି ଦୁଇଟି ବୟସରେ ବାର୍ଦ୍ଧକ୍ୟ ଜନିତ ଲକ୍ଷଣ ଯେପରି ମାଂସପେଶୀରେ ଯନ୍ତ୍ରଣା, ହୃଦରୋଗ, ଆଣ୍ଡୁଗଣ୍ଠି ଯନ୍ତ୍ରଣା ଇତ୍ୟାଦି । ୪୦ରୁ ୪୯ ବର୍ଷ ଅଧିକ ଡେମୋକ୍ରାଟିକ୍ ହୋଇଥାଏ । ଠିକ୍ ଏଭଳି ସ୍ଥିତି ୬୦ ବର୍ଷରେ ହୋଇଥାଏ । ୪୦ ଦଶକରେ ମହିଳାଙ୍କ ଠାରେ ହେଉଥିବା ପରିବର୍ତ୍ତନ ପେରିମେନୋପଜାଲ(Perimenopausal) ଯୋଗୁ ହୋଇଥାଏ । ସେହିପରି ପୁରୁଷ କ୍ଷେତ୍ରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖାଦିଏ । ବାର୍ଦ୍ଧକ୍ୟର ପ୍ରଥମ ଲହର(୪୦ ବର୍ଷ)ରେ କାର୍ଡିଓଭାସ୍କ୍ୟୁଲାର ରୋଗ(ଯାହା ଅଧିକ କାଫେନ୍‌, ମଦ ଓ ଲିପିଡ୍ ସେବନ କରିବା) ଯୋଗୁ ହୋଇଥାଏ । ବାର୍ଦ୍ଧକ୍ୟର ଦ୍ୱିତୀୟ ଲହର(୬୦)ରେ କାର୍ବେହାଇଡ୍ରେଟ୍ ମେଟାବଲିଜିମ୍ ଏବଂ କିଡନୀ ସମ୍ବନ୍ଧୀୟ ରୋଗ ଯୋଗୁଁ ରୋଗପ୍ରତିରୋଧକ ଶକ୍ତି ହ୍ରାସ ହୋଇଥାଏ । ଉଭୟ ୪୦ ଏବଂ ୬୦ ବର୍ଷରେ ତ୍ୱଚା ଏବଂ ମାଂସପେଶୀ ସହ ଜଡ଼ିତ ମଲିକ୍ୟୁଲ୍ସରେ ପରିବର୍ତ୍ତନ ହୋଇଥାଏ ।

 

 

Get real time updates directly on you device, subscribe now.