fbpx
BSKY SKY
BSKY SKY

(Video) ଓଡ଼ିଶାରେ ବଡ଼ ଅଘଟଣ: ୨୦ ଫୁଟ ଗଭୀର ବୋରୱେଲ ଭିତରେ ଖସି ପଡ଼ିଲେ ବୃଦ୍ଧା, ଚାଲିଛି ଉଦ୍ଧାର କାର୍ଯ୍ୟ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ବିପଦ ସାଜିଲା ଖୋଲା ବୋରୱେଲ । ଖୋଲା ବୋରୱେଲରେ ଖସି ପଡ଼ି ପୂର୍ବରୁ ଅନେକ ଛୋଟପିଲାଙ୍କର ଜୀବନ ଯାଇଥିବା ବେଳେ ପୁଣି ଘଟିଛି ଏକ ସମାନ ଘଟଣା । ବୋରେୱେଲରେ ଖସିପଡ଼ିଛନ୍ତି ଜଣେ ବୃଦ୍ଧା । ୨୦ ଫୁଟ ଗାତ ତଳେ ବୃଦ୍ଧା ଜଣଙ୍କ ଖସି ପଡ଼ିଥିବା ଅନୁମାନ କରାଯାଉଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ସହିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି ।

ସୂଚନା ମୁତାବକ, ରାଜ୍ୟର ସୁବର୍ଣ୍ଣପୁର ଜିଲ୍ଲାରୁ ଆସିଛି ଏଭଳି ଏକ ବଡ଼ ଘଟଣା । ଜଣେ ବୃଦ୍ଧ ୨୦ ଫୁଟ ଗଭୀର ବିଶିଷ୍ଟ ଏକ ବୋରୱେଲ ଭିତରେ ଖସି ପଡ଼ିଛନ୍ତି । ବୃଦ୍ଧା ଜଣଙ୍କ ଗତ ୧୩ ତାରିଖ ଦିନ ନିଜ ଝିଅ ଘରକୁ ଯାଇଥିବା ବେଳେ ରାତିରେ ଏହି ଅଘଟଣ ଘଟିଥିବା କୁହାଯାଇଛି । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିବା ସହିତ ପାଇପ୍ ଯୋଗେ ବୃଦ୍ଧାଙ୍କ ନିକଟକୁ ଅକ୍ସିଜେନ ପଠାଯାଉଛି ।

ସୋନପୁର-ବୁର୍ଡା ରାସ୍ତାର କଇଁଫୁଲ ଗ୍ରାମରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଉ ଘଣ୍ଟାଏ ସମୟ ଲାଗିବ । ବୃଦ୍ଧା ଜଣଙ୍କ ଯେଉଁ ବୋରୱେଲ ଭିତରେ ଫଶି ରହିଛନ୍ତି ତା’ ନିକଟରେ ସମାନ୍ତରାଳ ଭାବେ ଆଉ ଏକ ଗାତ ଖୋଳା ଚାଲିଛି । ଆଉ ଘଣ୍ଟାଏ ସମୟ ମଧ୍ୟରେ ବୃଦ୍ଧାଙ୍କ ନିକଟରେ ଟିମ୍ ପହଞ୍ଚିଯିବ । ତେବେ ବୃଦ୍ଧା ଜଣଙ୍କ କୌଣସି ରେସପଣ୍ଡ କରୁନଥିବା ଅଗ୍ନିଶମ ଡିଜି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.