fbpx

ଶିଶୁର ଚିକିତ୍ସା ପାଇଁ ବିକିଲେ ଅଲିମ୍ପିକ୍ସ ପଦକ; ଉଦାହରଣ ସୃଷ୍ଟି କଲେ ପଲିସ ଆଥଲେଟ

ନୂଆଦିଲ୍ଲୀ : ଜଣେ ଶିଶୁର ଚିକିତ୍ସା ପାଇଁ ନିଜ ପଦକ ବିକି ଉଦାହରଣ ସୃଷ୍ଟି କରିଛନ୍ତି ଅଲିମ୍ପିକ ଆଥଲେଟ ମାରିଆ ଆଣ୍ଡ୍ରେଜିକ୍ । ପୋଲାଣ୍ଡର ଜାଭେଲିନ୍ ଥ୍ରୋୟର ମାରିଆ ଆଣ୍ଡ୍ରେଜିକ ବଦାନ୍ୟତାର ଉଦାହରଣ ସୃଷ୍ଟି କରିବା ସହିତ ନିଜର ପଦକର ନିଲାମୀ କରିଛନ୍ତି । ଟୋକିଓ -୨୦୨୦ରେ ରୌପ୍ୟ ପଦକ ଜିତିଥିବା ମାରିଆ ୮ ମାସର ଶିଶୁ ମିଲୋସେକ ମାଲିସାର ହୃଦୟ ଅସ୍ତ୍ରୋପଚାର ପାଇଁ ଅର୍ଥ ଯୋଗାଡ କରିବାକୁ ନିଜ ପଦକ ବିକିଛନ୍ତି ।

୮ ମାସର ଶିଶୁଟିର ହାର୍ଟରେ ତକ୍ରାଳ ସର୍ଜରୀ ଆବଶ୍ୟକ ରହିଥିଲା । ତେବେ ଏହି ଅପରେସନର ଜଟିଳତା ପାଇଁ କୌଣସି ୟୁରୋପୀୟ ହସ୍ପିଟାଲ ସର୍ଜରୀ ପାଇଁ ରାଜି ହେଉନଥିଲେ । ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏହି ଜଟିଳ ଅସ୍ତ୍ରୋପଚାର ସମ୍ଭବ ଥିବା ବେଳେ ଏଥିପାଇଁ ଆବଶ୍ୟକ ରହିଥିଲା ୧ ଲକ୍ଷ ୨୫ ହଜାର ପାଉଣ୍ଡ । ଶିଶୁର ଚିକିତ୍ସା ପାଇଁ ପଦକକୁ ଅନଲାଇନ ବିକିବାର ନିଷ୍ପତ୍ତି ନେଇଥିଲେ ମାରିଆ । ମାରିଆଙ୍କ ଏହି ଘୋଷଣା ପରେ ପଦକଟିକୁ ୧ ଲକ୍ଷ ୨୫ ହଜାର ପାଉଣ୍ଡରେ କିଣିଥିଲା ଜାକବା ପୋଲସ୍କା ନାମକ ରିଟେଲ ଚେନ୍ । ଏହି ରିଟେଲ ଚେନ୍ ପରବର୍ତ୍ତୀ ସମୟରେ ମାରିଆଙ୍କୁ ତାଙ୍କ ପଦକ ଫେରାଇ ଦେଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଏଭଳି ମହାନ କାମ ଦ୍ୱାରା ସମସ୍ତଙ୍କ ହୃଦୟ ଜିତିଥିବା ମାରିଆ ନିଜେ କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.