fbpx

(video): ଭାରତ ୬ ପଦକରେ ଏବେ ବି ଉତ୍ସବମୁଖର,ସେପଟେ ଆମେରିକାରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ବିଜେତା ଆରମ୍ଭ କଲେଣି ୨୦୨୮ ଅଲିମ୍ପିକ୍ସର ପ୍ରସ୍ତୁତି

ଓଡିଶା ଭାସ୍କର: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଅଲିମ୍ପିକ୍ସରେ ଭାରତ ମାତ୍ର ୬ ଟି ପଦକ ଜିତିଛି । ଯେଉଁଥିରେ ୫ ଟି କାଂସ୍ୟ ଓ ଗୋଟିଏ ରୌପ୍ୟ ରହିଛି । ଭାରତୀୟ ଆଥଲେଟଙ୍କ ଏହି ବିଜୟରେ ଦେଶରେ ଏବେ ବି ଉତ୍ସବର ମାହୋଲ ରହିଛି । କିନ୍ତୁ ଆମେରିକାର ଜଣେ ଆଥଲେଟ ୩ ଟି ଅଲିମ୍ପିକ୍ସରେ ଲଗାତାର ସ୍ୱର୍ଣ୍ଣ ଜିତି ହ୍ୟାଟ୍ରିକ ଅର୍ଜନ କରିବା ପରେ ବି ଆରମ୍ଭ କରି ଦେଲେଣି ୨୦୨୮ ମସିହାରେ ଆମେରିକାର ଲସଏଞ୍ଜେଲସରେ ହେବାକୁ ଥିବା ଅଲିମ୍ପିକ୍ସର ପ୍ରସ୍ତୁତି । ଯାହାଙ୍କ ନାମ ହେଉଛି ରିୟାନ କ୍ରାଉସର ।

କହିରଖୁ, ପ୍ୟାରିସ ଅଲିମ୍ପିକ୍ସରେ ଆମେରିକା ୧୨୬ ପଦକ ଜିତି ପଦକ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ହ୍ୟାଟ୍ରିକ ସ୍ୱର୍ଣ୍ଣପଦକ ବିଜେତା ରିୟାନ କ୍ରାଉସର ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହା ବେଶ୍ ଭାଇରାଲ ହେଉଛି । ଏହି ଭିଡିଓରେ ସେ ଅଲିମ୍ପିକ୍ସରେ ଜିତିଥିବା ସ୍ୱର୍ଣ୍ଣ ପଦକୁ ନିଜ କୁକୁରର ମୁଣ୍ଡରେ ପିନ୍ଧାଇ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ଭିଡିଓଟି ସୋସିଆଲ ମିଡିଆରେ ଝଡ ସୃଷ୍ଟି କରିଛି । ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଅଧିକରୁ ଅଧିକମାତ୍ରାରେ ସେୟାର ମଧ୍ୟ କରୁଛନ୍ତି । ତାହାସହ ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି ଭିଡିଓକୁ ନେଇ ।

 

View this post on Instagram

 

A post shared by Ryan Crouser (@rcrouser)

ରିୟାନ କ୍ରାଉସର ସଟଫୁଟର ଏକ ଜଣାଶୁଣା ନାଁ । ସେ ପ୍ୟାରିସରେ ସଟଫୁଟ ବର୍ଗରେ ପ୍ରାୟ ୨୨.୯୦ ମିଟର ଫିଙ୍ଗି ସ୍ୱର୍ଣ୍ଣ ହାସଲ କରିଛନ୍ତି । ଏହାବାଦ ରିୟାନ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ୨୩.୩୦ ମିଟର ଓ ୨୦୧୬ ରିଓ ଅଲିମ୍ପିକ୍ସରେ ପ୍ରାୟ ୨୨.୫୨ ମିଟର ଦୂରକୁ ସଟଫୁଟ ଫିଙ୍ଗି ସ୍ୱର୍ଣ୍ଣ ହାସଲ କରି ସାରିଛନ୍ତି । ଫଳରେ ତାଙ୍କ ନାମରେ ଏହି ବିଭାଗରେ ହ୍ୟାଟ୍ରିକ ସ୍ୱର୍ଣ୍ଣ ଅର୍ଜନର ରେକର୍ଡ ଲେଖା ହୋଇ ସାରିଛି ଅଲିମ୍ପିକ୍ସ ଇତିହାସରେ ।

ଆଗାମୀ ଅଲିମ୍ପିକ୍ସ ୨୦୨୮ ମସିହାରେ ଆମେରିକାର ଲସଏଞ୍ଜେଲସରେ ୧୪ ଜୁଲାଇ ୨୦୨୮ ରୁ ୩୦ ଜୁଲାଇ ୨୦୨୮ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ରିୟାନ କ୍ରାଉସର ଚତୁର୍ଥଥର ପାଇଁ ସ୍ୱର୍ଣ୍ଣ କବ୍ଚା କରିବାର ଲକ୍ଷ୍ୟରେ ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି । ହେଲେ ମାତ୍ର ୬ ପଦକ ଜିତିଥିବା ଭାରତରେ ବର୍ତ୍ତମାନ ବି ଉତ୍ସବ ଲାଗି ରହିଛି । ଏଥିରୁ ପ୍ରମାଣିତ ହେଉଛି ଆମେରିକା କାହିଁକି ଆଗରେ ଓ ଭାରତ କାହିଁ ଏତେ ପଛରେ । ୧୪୦ କୋଟିରୁ ଅଧିକ ଜନସଂଖ୍ୟା ଥିବା ଦେଶରେ ୬ ପଦକ ‘ସମୁଦ୍ରକୁ ଶଙ୍ଖେ’ ବୋଲି ଖେଳପ୍ରେମୀ ମହଲରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.