ଓଡିଶା ଭାସ୍କର : ଗୋଟିଏ ସମୟ ଥିଲା ଯେତେବେଳେ ଲୋକମାନଙ୍କ ପାଖରେ ଖାଇବା ପାଇଁ ବିକଳ୍ପ ନଥିଲା । କିନ୍ତୁ ଏବେ ଧିରେ ଧିରେ ଲୋକମାନେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ଏବଂ ଏହା ଛଡା ଖାଦ୍ୟରେ ଲୋକମାନେ ନୂଆ ନୂଆ ଏକ୍ସପରିମେଣ୍ଟ ମଧ୍ୟ କରୁଛନ୍ତି । ଲୋକମାନେ ଏକ୍ସପେରିମେଣ୍ଟ ନାମରେ କିଛି ଭି ପ୍ରସ୍ତୁତ କରୁଛନ୍ତି ଏବଂ ତାହାକୁ ବିକ୍ରି ମଧ୍ୟ କରୁଛନ୍ତି । କେହି କୋଲଡ୍ରିଙ୍କରେ ମ୍ୟାଗି ପ୍ରସ୍ତୁତ କରୁଛନ୍ତି ତ କିଏ ଚକୋଲେଟର ପକୁଡି ପ୍ରସ୍ତୁତ କରୁଛନ୍ତି । ଏହା ଛଡା କିଏ ଅଣ୍ଡାରେ ଚା ତିଆରି କରୁଛି ପୁଣି କିଏ ମାଛରେ ଚା କରୁଛି । ଏବେ ମାର୍କେଟକୁ ଆଉ ଜଣେ ମହାଶୟ ଆସିଛନ୍ତି ଯିଏ ଗୁଟଖାରେ ଆମଲେଟ ପ୍ରସ୍ତୁତ କରୁଛନ୍ତି ।
ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ରାଗି ଯାଇଛନ୍ତି । ତେବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ବ୍ୟକ୍ତି ଜଣଙ୍କ ଅଣ୍ଡା ଆମଲେଟରେ ରଜନିଗନ୍ଧା ଗୁଟଖା ମିଶାଇ ପ୍ରସ୍ତୁତ କରୁଛନ୍ତି । ଏହା ପରେ ଆଉଜଣେ ଲୋକ ତାହାକୁ ଅଣ୍ଡା ସହ ଗୋଳାଇ ତାୱରରେ ପକାଉଛନ୍ତି । କିଛି ସମୟ ପରେ ଏହି ଗୁଟଖା ଆମଲେଟକୁ ପରଷା ଯାଉଛି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡିଓ @3.idiotes ନାମକ ପେଜରେ ସେୟାର ହୋଇଛି । ଭିଡିଓ ପୋଷ୍ଟ ହେବା ସହ କ୍ୟାପସନରେ ଲେଖା ହୋଇଛି ଏହି ଆମଲେଟକୁ କିଏ ଖାଇବାକୁ ଚାହୁଛନ୍ତି । ଏହି ଭିଡିଓକୁ ଦେଖିଲା ପରେ ଲୋକମାନେ ରାଗିଛନ୍ତି । ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ମଧ୍ୟ କରିଛନ୍ତି ।