ଧାରଣାରେ ଓମଫେଡ୍ ଠିକା ଡ୍ରାଇଭର, ସାଥୀ ଡ୍ରାଇଭରକୁ ଅଟକ ଅଭିଯୋଗରେ ପ୍ରତିବାଦ

ବାଙ୍କୀ: ଓଡ଼ିଶାରେ ଅଧିକାଂଶ ବ୍ୟକ୍ତି ଓମଫେଡ୍ ଦୁଗ୍ଧଜାତୀୟ ସାମଗ୍ରୀ ବ୍ୟବହାର କରିଥାନ୍ତି । ଏହା ଏକ ବ୍ରାଣ୍ଡ୍ ଭାବେ ବଜାରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବର୍ତ୍ତମାନ ଓମଫେଡ୍ ଠିକା ଡ୍ରାଇଭରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଧାରଣାରେ ନରାଜ ଓମଫେଡ୍ ଠିକା ଡ୍ରାଇଭର । ଓମଫେଡର ଜଣେ ଠିକା ଡ୍ରାଇଭରଙ୍କୁ ଅଟକ ପ୍ରତିବାଦରେ ଧାରଣା ଦିଆଯାଇଛି । ନରାଜ ଓମଫେଡ୍ କାର୍ଯ୍ୟାଳୟ ସାମ୍ନାରେ ଗାଡ଼ି ରଖି ଡ୍ରାଇଭର ଧାରଣା ଦେଇଛନ୍ତି । ଏହି ଧାରଣା ଯୋଗୁଁ କଟକ ଓ ଭୁବନେଶ୍ୱରରେ କ୍ଷୀର ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ସୂଚନାରୁ ପ୍ରକାଶ ଓମଫେଡର ଜନୈକ ଡ୍ରାଇଭରଙ୍କ ଗାଡ଼ିରୁ ୧୦୦ ଲିଟରରୁ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିଲା । ତେବେ ଅଧିକ ଦୁଗ୍ଧଜାତୀୟ ସାମଗ୍ରୀ ମିଳିଥିବାରୁ ବାରଙ୍ଗ ଥାନାରେ ଏତଲା ଦେଇଥିଲେ କର୍ତ୍ତୃପକ୍ଷ । ଏତଲା ପରେ ଉକ୍ତ ଡ୍ରାଇଭରଙ୍କୁ ଥାନାରେ ଅକଟ ରଖାଯାଇଥିବା ଜଣାପଡ଼ିଛି ।