fbpx
BSKY
BJD MC SKY
BJD MS SKY

ସଂକ୍ରମିତଙ୍କ ହାଲୁକା ନିଶ୍ୱାସ-ପ୍ରଶ୍ୱାସରେ ବି ବ୍ୟାପିପାରେ ଓମିକ୍ରନ୍: ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ: କରୋନା ଭାଇରସ୍ ର ନୂତନ ଭାରିଆଣ୍ଟ୍ ଓମିକ୍ରନକୁ ନେଇ ସାରା ବିଶ୍ୱ ବର୍ତ୍ତମାନ ଭୟର ବାତାବରଣ ଭିତରେ ରହିଛି । ଏହି ଭାରିଆଣ୍ଟ୍ ରକେଟ୍ ବେଗରେ ଏବେସୁଦ୍ଧା ଅନେକ ଦେଶକୁ ବ୍ୟାପିସାରିଲାଣି । ଡେଲଟା ଭାରିଆଣ୍ଟ ତୁଳନାରେ ଏହା ଦ୍ରୁତ ସଂକ୍ରାମକ ହୋଇଥିବା ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି । ପୂର୍ବରୁ ସଂକ୍ରମିତଙ୍କ କାଶ ଓ ଛିଙ୍କରୁ ଭାଇରସ୍ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ବ୍ୟାପୁଥିଲା । କିନ୍ତୁ ଏବେ ଓମିକ୍ରନ୍ ସଂକ୍ରମିତଙ୍କର ହାଲୁକା ନିଶ୍ୱାସ ବି ସଂକ୍ରମଣର କାରଣ ହେଉଛି । ଏନେଇ ବିଶେଷଜ୍ଞଙ୍କ ତରଫରୁ ଚେତାବନୀ ଦିଆଯାଇଛି ।

ନ୍ୟୁ ଆଣ୍ଡ ଇମର୍ଜିଙ୍ଗ ରେସ୍ପିରେଟୋରୀ ଭାଇରସ୍ ଥ୍ରେଟସ୍ ଆଡଭାଇଜରୀ ଗ୍ରୁପ୍(ଏନଇଆରଭିଟିଏଜି) ସହ ଜଡ଼ିତ ପ୍ରୋଫେସର୍ ପିଟର୍ ଙ୍କ କହିବା ମୁତାବକ, ବ୍ରିଟେନରେ ପାଖାପାଖି ୯୦ ପ୍ରତିଶତ ସଂକ୍ରମଣ ପାଇଁ କେବଳ ମାତ୍ର ଦାୟୀ ଏବଂ ଖୁବ୍ ଶୀଘ୍ର ଏହା ଡେଲଟା ଭାରିଆଣ୍ଟକୁ ମଧ୍ୟ ମାତ୍ ଦେବ । ଅନେକ ଷ୍ଟଡିରୁ ଓମିକ୍ରନରେ ହାଲୁକା ଲକ୍ଷଣ ନଜର ଆସୁଥିବା ଜଣାପଡ଼ିଛି । ୟୁକେର ଏକ ଅଫିସିଆଲ୍ ରିପୋର୍ଟରେ କୁହାଯାଇଛି ଯେ, ଓମିକ୍ରନ ଦ୍ୱାରା ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ଅନ୍ୟ ଭାରିଆଣ୍ଟ ତୁଳନାରେ ୫୦ରୁ ୭୦ ପ୍ରତିଶତ ।

ଆଗକୁ ପିଟର୍ କହିଛନ୍ତି ଯେ, ପ୍ରଥମରେ ଏହା ଆଂଶିକ ଲକ୍ଷଣ ଦେଖାଉଥିବାରୁ ଆଶ୍ୱସ୍ତି ମିଳୁଥିଲା ହେଲେ ଦିନକୁ ଦିନ ଏହା ଅଧିକ ସଂକ୍ରାମକର ରୂପ ନେଉଛି । ଏବେ ଏହା ଏତେ ମାତ୍ରାରେ ସଂକ୍ରାମକ ହୋଇଯାଇଛି ଯେ, ସଂକ୍ରମିତଙ୍କ ହାଲୁକା ନିଶ୍ୱାସର ପବନ ଦ୍ୱାରା ମଧ୍ୟ ଅନ୍ୟ ଜଣେ ଖୁବ୍ ସହଜରେ ସଂକ୍ରମିତ ହୋଇଯିବ । ତେଣୁ ପୂର୍ବାପେକ୍ଷା ଲୋକଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିବ । ସୁଚନାଯୋଗ୍ୟ, ଭାରତରେ ଏଯାବତ୍ ଓମିକ୍ରନର ୧୫୦୦ ମାମଲା ସାମନାକୁ ଆସିଛି ।

Get real time updates directly on you device, subscribe now.