fbpx
BSKY
BJD MC SKY
BJD MS SKY

ଦେଶରେ ଓମିକ୍ରନ ଭାଙ୍ଗିଲା ରେକର୍ଡ, ସଂକ୍ରମିତଙ୍କ ସଂଖ୍ୟା ୩୦୦ ପାର୍

ନୂଆଦିଲ୍ଲୀ: ଦେଶରେ ଓମିକ୍ରନ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । କୋଭିଡ୍ ର ଏହି ନୂତନ ଭାରିଆଣ୍ଟ ଅଧିକ ସଂକ୍ରାମକ ହୋଇଥିବାରୁ ଏହା ଏବେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନଙ୍କରେ ରକେଟ୍ ବେଗରେ ବ୍ୟାପିବାରେ ଲାଗିଛି । ଦେଶରେ ଗୋଟିଏ ସପ୍ତାହରେ ଦ୍ରୁତି ଗତିରେ ସଂକ୍ରମଣ ବ୍ୟାପି ଏବେ ମୋଟ ମାମଲା ୩୪୧ ହୋଇଯାଇଛି । ବୁଧବାର ଦିନ ଓମିକ୍ରନ୍ ମାମଲା ୨୦୦ ପାର୍ କରିଥିବା ବେଳେ ମାତ୍ର ଦୁଇଦିନ ଭିତରେ ଏହି ସଂଖ୍ୟା ୩୦୦ ପାର୍ କରିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତା ବ୍ୟକ୍ତ କରିଚନ୍ତି ।

ସୂଚନାଯୋଗ୍ୟ ଯେ, ବୁଧବାର ଦିନ ଓମିକ୍ରନର ୪୪ ମାମଲା ସାମନାକୁ ଆସିଥିଲା । ସେହିପରି ଗୁରୁବାର ଦିନ ସର୍ବାଧିକ ୮୪ ମାମଲା ଚିହ୍ନଟ ହୋଇଥିଲା । ସବୁଠାରୁ ଅଧିକ ମାମଲା ତାମିଲନାଡ଼ୁରୁ ଚିହ୍ନଟ ହୋଇଥିଲା । ଏଠାରେ ଗତକାଲି ଏକାବେଳକେ ୩୩ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ବ୍ୟତୀତ ମହାରାଷ୍ଟ୍ରରୁ ୨୩ ଜଣ ଓ କର୍ଣ୍ଣାଟକରୁ ୧୨ଟି ନୂତନ ମାମଲା ସାମନାକୁ ଆସିଥିଲା । ସେହିପରି ଗୁଜୁରାଟ ଓ ଦିଲ୍ଲୀରୁ ୭ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଓଡ଼ିଶାରେ ମଧ୍ୟ ଦୁଇଟି ନୂଆ ମାମଲା ରିପୋର୍ଟ ହୋଇଥିଲା ।

ସର୍ବାଧିକ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ଦେଖିଲେ ମହାରାଷ୍ଟ୍ର ଆଗରେ ରହିଛି । ଏଠାରେ ଏବେସୁଦ୍ଧା ମୋଡ ୮୮ ମାମଲା ଚିହ୍ନଟ ହୋଇସାରିଲାଣି । ସେହିପରି ଦ୍ୱିତୀୟରେ ରହିଛି ଦିଲ୍ଲୀ(୬୪), ତେଲେଙ୍ଗାନା(୩୮), ତାମିଲନାଡ଼ୁ(୩୪) । ତେବେ ସଂକ୍ରମିତଙ୍କ ଠାରେ ବିଶେଷ କିଛି ଗମ୍ଭୀର ଲକ୍ଷଣ ଦେଖିବାକୁ ମିଳିନାହିଁ । ଅଧିକାଂଶ ଘରେ ରହି ଚିକିତ୍ସିତ ହେଉଥିବା ବେଳେ କିଛି ଜଣଙ୍କୁ ମେଡିକାଲରେ ରଖାଯାଇଛି । ଓମିକ୍ରନ ମାମଲା ବଢ଼ୁଥିବାରୁ ନୂଆ ବର୍ଷ ସେଲିବ୍ରେସନ୍ ରେ ରୋକ୍ ଲଗାଯାଇଛି । ଚଳିତ ବର୍ଷ ନୂଆ ବର୍ଷ ବି ଫିକା ପଡ଼ିବ । ଅନେକ ରାଜ୍ୟରେ ଏବେ ଠାରୁ ନାଇଟକର୍ଫ୍ୟୁ ଲାଗୁ ହୋଇସାରିଲାଣି । ଆଜି ୟୁପିରେ ନାଇଟକର୍ଫ୍ୟୁ ଲଗାଯିବା ନେଇ ଘୋଷଣା କରାଯାଇଛି ।

Get real time updates directly on you device, subscribe now.