fbpx
BSKY
BJD MC SKY
BJD MS SKY

ଓମିକ୍ରନ ରୋଗୀ ଗୁରୁତର ହେଉନାହାନ୍ତି, ଆଗକୁ ଭାରିଆଣ୍ଟ ଯୋଗୁଁ ହସ୍ପିଟାଲରେ ରୋଗୀ ସଂଖ୍ୟା ବଢ଼ିବ: ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଆଶଙ୍କା ବଢ଼ିବାରେ ଲାଗିଛି । ଓମିକ୍ରନକୁ ନେଇ ବିଶ୍ୱବ୍ୟାପି ଏକ୍ସପର୍ଟମାନେ ଏନେଇ ନୂଆ ନୂଆ ତଥ୍ୟ ଖୋଜିବାରେ ଲାଗିଛନ୍ତି । ତେବେ ଏହା ମଧ୍ୟରେ ଏକ ଆଶସ୍ତିକର ଖବର ସାମନାକୁ ଆସିଛି । ଓମିକ୍ରନରେ ସଂକ୍ରମିତ ହେବା ପରେ ରୋଗୀମାନେ ଗୁରୁତର ହେବେ ନାହିଁ । ଏହା ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ ହୋଇଥିବାରୁ ଏହାଦ୍ୱାରା ହସ୍ପିଟାଲରେ ରୋଗୀସଂଖ୍ୟା ବୃଦ୍ଧି ପାଇବ । ଏନେଇ ସୂଚନା ଦେଇଛନ୍ତି ଆମେରିକାର ବିଶିଷ୍ଟ ହେଲଥ ଏକ୍ସପର୍ଟ ଆନ୍ଥୋନି ଫାଉସି ।

ଶ୍ରୀ ଫାଉସି ଚେତାବନୀ ଦେଇଛନ୍ତି ଯେ, ଯଦି ଓମିକ୍ରନ ସଂକ୍ରମଣ ଆଗକୁ ବଢ଼ିବ, ତେବେ ଏହା ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା ବୃଦ୍ଧି କରାଇବ । ଫଳସ୍ୱରୂପ ବିଶ୍ୱର ବିଭିନ୍ନ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଏହା ପ୍ରଭାବିତ କରିବ । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଯେଉଁମାନେ ଓମିକ୍ରମରେ ସଂକ୍ରମିତ ହେଉଛନ୍ତି, ସେମାନେ ସେତେଟା ଗମ୍ଭୀର ହୋଇନାହାନ୍ତି । ତେଣୁ ଆଗକୁ ଭାରିଆଣ୍ଟର ଏଭଳି ସ୍ଥିତି ଜାରି ରହିଲେ ଏହା କିଛି ମାତ୍ରାରେ ଆଶଙ୍କାକୁ ହ୍ରାସ କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଥିଲେ ଯେ, ଡେଲଟା ଅପେକ୍ଷା ଓମିକ୍ରନ ଅଧିକ ଭୟଙ୍କର ହେବ ନାହିଁ । କାରଣ ଓମିକ୍ରନ ଶରୀର ମଧ୍ୟକୁ ପ୍ରବେଶ କରିବା ପରେ ଶ୍ୱାସନଳୀରେ ଅଟକି ଯାଇଥାଏ । ଅପରପକ୍ଷେ ଡେଲଟା ଶ୍ୱାସନଳୀରେ ଅଟକିବା ପରିବର୍ତ୍ତେ ସିଧାସଳଖ ଫୁସଫୁସରେ ଅଟକିଥାଏ ବୋଲି ସେ କହିଥିଲେ ।

Get real time updates directly on you device, subscribe now.