fbpx

ସୁପର ସ୍ପ୍ରେଡର ହେଉଛି ଓମିକ୍ରନ, ଜାଣନ୍ତୁ ଜଣେ ରୋଗୀଠାରୁ କେତେଜଣଙ୍କୁ କରିବ ସଂକ୍ରମଣ ?

Advertisement

ନୂଆଦିଲ୍ଲୀ: ଦେଶଷର କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ମାମଲା ବଢ଼ିବାରେ ଲାଗିଛି । ଭାରାତରେ ୪୦୦ରୁ ଅଧିକ ଓମିକ୍ରନ ମାମଲା ସାମ୍ନାକୁ ଆସିଛି । କିନ୍ତୁ କରୋନାର ତୃତୀୟ ଲହର କେତେ ମାରାତ୍ମକ ହେବ ଓ ସମସ୍ତଙ୍କ ଜିନୋମ ସିକ୍ୱେନ୍ସିଂ କରିବା ସମ୍ଭବ କି ? ଏହାର ଉତ୍ତର ଦେବାକୁ ଯାଇ ବିଶେଷଜ୍ଞ କହିଛନ୍ତି ଯେ, ‘କୌଣସି ଭାରିଆଣ୍ଟର ‘R-naught factor’ କହିଥାଏ କି ଏହି ରୋଗ ଜଣେ ବ୍ୟକ୍ତିଙ୍କଠାରୁ କେତେ ଜଣଙ୍କୁ ବ୍ୟାପିପାରିବ । ଏହା ପୂର୍ବରୁ ଯେବେ ଆଲଫା ଭାରିଆଣ୍ଟ ଆସିଥିଲା, ସେବେ R-naught factor ୨.୫ ଥିଲା । ଅର୍ଥାତ୍ ଏହା ସଂକ୍ରମିତ ବ୍ୟକ୍ତିଙ୍କଠାରୁ ୨ରୁ ୩ ଲୋକଙ୍କୁ ସଂକ୍ରମିତ କରିବ ।

ଦ୍ୱିତୀୟ ଡେଲ୍ଟା ଭାରିଆଣ୍ଟ ସାମ୍ନାକୁ ଆସିଥିଲା, ଯାହାକି ପ୍ରତିଦିନ ପାଖାପାଖି ୪ ଲକ୍ଷ ମାମଲା ଦେଖିବାକୁ ମିଳିଥିଲା । ତାହାର R-naught factor ୬.୫ ଥିଲା ଅର୍ଥାତ୍ ଜଣେ ଆକ୍ରାନ୍ତଙ୍କଠାରୁ ଏହା ୬ ରୁ ୭ ଲୋକଙ୍କୁ ଆକ୍ରାନ୍ତ କରିବ ।

କିନ୍ତୁ ନୂଆ ଭାରିଆଣ୍ଟ ଓମିକ୍ରନର R-naught factor ଏହି ସବୁଠାରୁ ୩ ଗୁଣା ଅଧିକ । ଅର୍ଥାତ୍ ଜଣେ ଆକ୍ରାନ୍ତଙ୍କଠାରୁ ଓମିକ୍ରନ ପ୍ରାୟ ୨୦ ଲୋକଙ୍କୁ ସଂକ୍ରମିତ କରିବାର କ୍ଷମତା ରଖିଛି । ଏଥିପାଇଁ ଏହାକୁ ସୁପର ସ୍ପ୍ରେଡର କୁହାଯାଉଛି । ଏହାର ସବୁଠାରୁ ବଡ଼ ବିପଦ ହେଉଛି କି ଓମିକ୍ରନ ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିପାରିବ ।

Get real time updates directly on you device, subscribe now.