fbpx

ଭାରତରେ ବ୍ୟାପିଚାଲିଛିି ଓମିକ୍ରନ, ବିଶେଷଜ୍ଞ ଦେଲେ ଏପରି ଚେତାବନୀ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ସୃଷ୍ଟି ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଏବେ ଭାରତ, ବ୍ରିଟେନ୍, ବ୍ରାଜିଲ ଓ ଚୀନ ସମେତ ଅନେକ ବଡ଼ ବଡ଼ ଦେଶରେ ପହଞ୍ଚିସାରିଛି । ଓମିକ୍ରନର ୩୦ରୁ ଅଧିକ ମ୍ୟୁଟେସନଏହାର ବିସ୍ତାରକୁ ଆହୁରି ତୀବ୍ର କରିବାରେ ଲାଗିଛି । ଭାରତ ଭଳି ଜନବହୁଳ ଦେଶ ପାଇଁ ଏହା ଏକ ବଡ଼ ବିପଦ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଭାରତରେ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବ ବୋଲି ଦାବି କରିଛନ୍ତି ସାଉଥ ଆଫ୍ରିକାର ଡିଏସଆଇ-ଏନଆରଏଫ୍ ସେଣ୍ଟର ଫର ଏକ୍ସଲେନ୍ସ ଇନ୍ ଏପିଡେମାୟୋଲୋକଲ ମଡେଲିଂ ଆଣ୍ଡ ଆନାଲିସସ୍ର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିଅମ । ସେ ଏକ ଇଣ୍ଟରଭ୍ୟୁରେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଭାରତରେ ହସ୍ପିଟାଲ ପ୍ଲାନିଂ ସହ ଜଡ଼ିତ ବିଷୟଗୁଡ଼ିକ ପାଇଁ ପ୍ରସ୍ତୁତ ରହିବା ବୁଦ୍ଧିମତାର କାର୍ଯ୍ୟ ହେବ ।

ପୁଲିଅମ କହିଛନ୍ତି ଯେ, ପ୍ରଥମରୁ ସଂକ୍ରମିତ ହୋଇଥିବା ଲୋକଙ୍କୁ ବି ନିଜର ଶିକାର କରୁଛି ଓମିକ୍ରନ । ଏହାର ପ୍ରସାରଣ ହାର ପୂର୍ବ ସମସ୍ତ ଭାରିଆଣ୍ଟ ତୁଳନାରେ ଅଧିକ ରହିଛି । ଟିକାର ଉଭୟ ଡୋଜ୍ ନେଇଥିବା ଲୋକେ ବି ଏହି ଭାରିଆଣ୍ଟରୁ ରକ୍ଷା ପାଇପାରୁ ନାହାନ୍ତି ।

Get real time updates directly on you device, subscribe now.