fbpx

ହଟିଲା କୋଭିଡ କଟକଣା: ୨୧ରୁ ଭକ୍ତ କରିିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ, ୧୭ା୧ (ଓଡିଶା ଭାସ୍କର): ଏଣିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ପ୍ରମାଣପତ୍ର ବାଧ୍ୟତାମୂଳକ ହେବନି । ଆସନ୍ତା ୨୧ ତାରିଖଠାରୁ ଭକ୍ତମାନେ ବିନା ରିପୋର୍ଟରେ କରିପାରିବେ ପ୍ରଭୁଙ୍କ ଦର୍ଶନ । ଏନେଇ ଆଜି ଅନୁଷ୍ଠିତ ବୈଠକ ପରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଦୈନିକ ୨୧ରୁ ୩୦ ହଜାର ଭକ୍ତ ଦର୍ଶନ କରିପାରିବେ । ଅଧିକ ସଂଖ୍ୟକ ଭକ୍ତଙ୍କ ସମାଗମ ହେଲେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ସୁରକ୍ଷାଠାରୁ ଆରମ୍ଭ କରି ପାର୍କିଂ, ଟ୍ରାଫିକ୍ ଉପରେ ଗୁରୁତ୍ୱ ଦିଆଯିବ । ୬୫ ବର୍ଷରୁ ଅଧିକ ବୟସର ଦିବ୍ୟାଙ୍ଗଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧାଡ଼ି, ପାନୀୟ ଜଳ ସହ ଅନ୍ୟାନ୍ୟ ବନ୍ଦୋବସ୍ତ କରାଯାଇଛି । ପୁରୀବାସୀ ପରିଚୟ ପତ୍ର ଦେଖାଇ ସିଂହଦ୍ୱାରରେ ପ୍ରବେଶ କରିବା ସହ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଏତଦବ୍ୟତୀତ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ସହ ମନ୍ଦିର ପରିସରକୁ ସାନିଟାଇଜ କରାଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.