fbpx

ମୋର ନୁହେଁ ତ କାହାରି ନୁହେଁ…ପ୍ରତିଶୋଧ ନିଆଁରେ ଫୁଟିଲା ଗୁଳି

ପାଟନା: ପାଟନାରେ ଜଣେ ୧୫ବର୍ଷର ବାଳିକାଙ୍କ ବେକରେ ଗୁଳି ଫୁଟିବା ଘଟଣା ବର୍ତ୍ତମାନ ସବୁ ଆଡେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରେମ ସମ୍ପର୍କକୁ ନେଇ ଏଇ ଘଟଣା ଘଟି ଥିବାର ଜଣା ପଡିଛି । ଏହି ଘଟଣା ସିସିଟିଭିରେ କଏଦ ହୋଇଛି । ବୁଧବାର ରାତି ପ୍ରାୟ ସାଢେ ସାତ ଟା ବେଳେ ସେ କୋଚିଂରୁ ଫେରୁଥିବା ବେଳେ ସିପାରା ଇନ୍ଦ୍ରପୁରୀ ଅଞ୍ଚଳରେ ଏହି ଘଟଣା ଘଟିଥିବା ପୋଲିସ କହିଛି।ଏହି ଫୁଟେଜରୁ ଜଣାପଡିଛି ଯେ ଜଣେ ବ୍ୟକ୍ତି ଝିଅଟିକୁ ଧରି ବ୍ୟାଗରୁ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲା। ତା’ପରେ ସେ ଘଟଣାସ୍ଥଳରୁ ଖସି ପଳାନ୍ତି।ପୀଡିତାଙ୍କ ପିତା ଜଣେ ପରିବା ବ୍ୟବସାୟୀ ଅଟନ୍ତି । ପିଲାଟି କୋଚିଙ୍ଗ ସାରି ଆସୁଥିବା ବେଳେ ଏହି ଘଟଣା ଘଟିଥିଲା ।

ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗୁଳି ବିନିମୟ ପଛରେ ପ୍ରେମ ସମ୍ପର୍କର ମୂଳ କାରଣ । ତେବେ ପୀଡିତାଙ୍କ ବିବୃତ୍ତି ରେକର୍ଡ କରିବା ପରେ ପ୍ରକୃତ କାରଣ ଜାଣିହେବ ବୋଲି ପୋଲିସ କହିଛି । ସୂଚନାମୁତାବକ ଝିଅ ଟି 9 ମ ଶ୍ରେଣୀ ଛାତ୍ରୀ ଥିଲେ ସେ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି କିନ୍ତୁ ଏପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.