fbpx

ଅଲଗା ଜାତିରେ ବିବାହ କରିଥିବାରୁ, ସର୍ବସାଧାରଣରେ ହିନ୍ଦୁ ଯୁବକଙ୍କୁ ମୁସଲିମ ସ୍ତ୍ରୀ ଘର ଲୋକେ ହାଣି ମାରିଦେଲେ

ହାଇଦ୍ରାବାଦ: ପ୍ରେମ କରି ବିବାହ କରିଥିଲେ ବୋଲି ରାସ୍ତା ମଝିରେ ସ୍ତ୍ରୀ ଆଗରେ ସ୍ୱାମୀକୁ ହାଣି ମାରି ଦେଲେ । ଯୁବକ ଜଣକ ହିନ୍ଦୁ ପରିବାରର ହୋଇ ମୁସଲିମ ପରିବାରରେ ବିବାହ କରିଥିବାରୁ ଝିଅର ପରିବାର ସଦସ୍ୟ ଏପରି ନୃସଂଶ କାର୍ଯ୍ୟ କରିଥିବା ଜଣା ପଡ଼ିଛି ।

ବୁଧବାର ରାତିରେ ସାରୋନାଗର ତହସିଲଦାରଙ୍କ କାଯ୍ୟାଳୟରେ ମାରରେଡପାଲିର ୨୫ ବର୍ଷୀୟ ବିଲାପୁରମ୍ ନାଗାରାଜୁଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଥିଲା। ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ଝିଅର ପରିବାରର ସମ୍ପୃକ୍ତ ଥିବା ପୋଲିସ ନିଶ୍ଚିତ କରିଛି।

ଖବର ଅନୁଯାୟୀ, ସିକନ୍ଦରାବାଦର ଏକ ଲୋକପ୍ରିୟ କାର୍ ଶୋ’ରୁମ୍ ରେ ବିକ୍ରେତା ଭାବରେ କାର୍ଯ୍ୟ କରୁଥିବା ନାଗରାଜ ୨୩ ବର୍ଷିୟ ସୟଦ ଅଶ୍ରିନ୍ ସୁଲତାନା ଛଦ୍ମନାମ ପଲଭିଙ୍କୁ ଜାନୁଆରୀ ୩୧ ରେ ବିବାହ କରିଥିଲେ। ମୃତକଙ୍କ ସମ୍ପର୍କୀୟମାନେ କହିଥିଲେ ଯେ ଉଭୟେ କଲେଜ ଦିନରୁ ପ୍ରେମ କରୁଥିଲେ।

ତେବେ ଉଭୟଙ୍କର ପରିବାର ଲୋକେ ଏହି ବିବାହରେ ଖୁସି ନଥିଲେ । ସେମାନେ ନିଜ ପରିବାର ବିରୁଦ୍ଧରେ ଯାଇ ବିବାହ କରିଥିଲେ । ବୁଧବାର ସନ୍ଧ୍ୟାରେ ଏହି ଦମ୍ପତି ନାଗାରାଜୁଙ୍କ ମୋଟରସାଇକେଲରେ ସରୋନଗର ଆଡକୁ ଆସୁଥିଲେ। ସେମାନେ ସରୋରନଗରର ମଣ୍ଡଳ ତହସିଲଦାରଙ୍କ କାଯ୍ୟାଳୟରେ ପହଞ୍ଚିବା ପରେ ଜଣେ ଅଜ୍ଞାତ ବ୍ୟକ୍ତି ସେମାନଙ୍କୁ ଅଟକାଇ ନାଗରାଜୁକୁ ଲୁହା ରଡରେ ଆକ୍ରମଣ କରିଥିଲେ। ଏହା ପରେ ସେ ସର୍ବସାଧାରଣରେ ନାଗାରାଜୁଙ୍କୁ ଛୁରୀରେ ଆକ୍ରମଣ କରିଥିଲେ, ଯେଉଁଥିରେ ନାଗରାଜୁ ଗୁରୁତର ଆହତ ହୋଇଥିଲେ ଏବଂ ପଲ୍ଲଭି ଆହତ ହୋଇଥିବା ପରେ ନାଗରାଜୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ।

ଖବର ପାଇ ସରୋରନଗରର ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଏବଂ ଏହି ମାମାଲାକୁ ଏକ ହନର କିଲିଂ କହି ତଦନ୍ତ ଆରମ୍ଭ କରିଥିଲେ । ଯେତେବେଳେ କି ଝିଅର ପରିବାର ଲୋକେ ଏହି ହତ୍ୟା କରିଥିବାର ପ୍ରମାଣ ପୋଲିସ ନିକଟରେ ଅଛି ।

 

Get real time updates directly on you device, subscribe now.