fbpx

Video: ଦିଲ୍ଲୀ ମାମଲର ପୁନରାବୃତ୍ତି: ଛାତ୍ରଙ୍କୁ ୧ କିଲୋମୋଟର ଯାଏଁ କାର୍ ଘୋଷାଡ଼ି ନେଲା, ଗାଡ଼ି ଚାଳକକୁ ନିର୍ଦ୍ଧୁମ ପିଟିଲେ ଲୋକେ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇରେ ଦିଲ୍ଲୀ ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି । ଏଠାରେ ସାଇକେଲ୍‌ରେ ଟ୍ୟୁସନ୍‌ରୁ ଫେରୁଥିବା ସମୟରେ ଏକ କାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ପରେ ଛାତ୍ର ଜଣଙ୍କର ଗୋଡ଼ କାର୍‌ରେ ଫସି ଯାଇଥିଲା । ଯାହାପରେ କାର୍ ଟି କିଛି ଦୁର ପିଲାଟିକୁ ଟାଣି ନେଇଥିଲା । କିଛି ବାଟ ଯିବା ପରେ ବଜାର ନିକଟ ଦେଇ ଯିବା ସମୟରେ କାର୍‌ଟିକୁ ଲୋକେ ଅଟକାଇଥିଲେ ଏବଂ ପିଲାଟିକୁ ଉଦ୍ଧାର କରିଥିଲେ । ଏହି ସମୟରେ ବଜାରରେ ଥିବା ଲୋକେ କାର୍‌କୁ ଭଙ୍ଗା ରୁଜା କରିବା ସହିତ କାର୍‌ରେ ଥିବା ଲୋକଙ୍କୁ ପ୍ରବଳ ମାଡ଼ ମାରିଥିଲେ ।

ଏହି ସମୟରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କାର୍ ଚାଳକଙ୍କୁ ଉଦ୍ଧାର ହେପାଜତରେ ନେଇଥିଲା । ଏବଂ ପିଲାଟିକୁ ମେଡିକାଲ ପଠାଇଥିଲା । ଏହି ହୃଦୟ ବିଦାରକ ମାମଲା ଜିଲ୍ଲାର କୋଟୱାଲି ସହର ଅଞ୍ଚଳରେ ଘଟିଥିଲା । ସହରର ଜାବ୍ରା ପୁରୱା ଅଞ୍ଚଳର ବାସିନ୍ଦା ହରିନାମଙ୍କ ୧୫ ବର୍ଷର ପୁଅ କେତନ ନବମ ଛାତ୍ର ଅଟନ୍ତି । ଆଜି ସନ୍ଧ୍ୟାରେ କେତନ ନିଜ ସାଥୀଙ୍କ ସହ ସାଇକେଲରେ କୋଚିଂ ନେବାକୁ ଯାଉଥିଲେ । ତା’ପରେ ବାଟରେ ଏକ ହାଇ ସ୍ପିଡ୍ ୱାଗନ୍ କାର୍ ତାଙ୍କ ସାଇକେଲକୁଧକ୍କା ଦେଇଥିଲା । କୁହାଯାଉଛି ଯେ, କାର୍‌ଟି କେତନଙ୍କୁ ପ୍ରାୟ ଏକ କିଲୋମୋଟର ଯାଏଁ ଟାଣି ନେଇଥିଲା ।

Get real time updates directly on you device, subscribe now.