ଗୁରୁ ପୂର୍ଣ୍ଣିମା ଦିନ କୁଣ୍ଡଳୀରୁ ଗୁରୁ ଦୋଷକୁ ଦୂର କରନ୍ତୁ, ଆପଣାନ୍ତୁ ଏହି ଉପାୟ

ଓଡିଶା ଭାସ୍କର: ଚଳିତବର୍ଷ ଗୁରୁବାର ଦିନ ମାନେ ଆଜି ଗୁରୁପୂର୍ଣ୍ଣିମା ପାଳନ ହେଉଛି । ଏହି ପର୍ବ ପ୍ରତିବର୍ଷ ଆଷାଢ ପୂର୍ଣ୍ଣିମା ଦିନ ପାଳନ କରାଯାଇଥାଏ । ମହାକାବ୍ୟ ମହାଭାରତର ରଚୟିତା ଋଷି ବେଦବ୍ୟାସଙ୍କ ଜନ୍ମୋତ୍ସବକୁ ଗୁରୁପୂର୍ଣ୍ଣିମା ଭାବରେ ପାଳନ କରାଯାଏ । ଏହ ପର୍ବ ଗୁରୁ-ଶିଷ୍ୟଙ୍କ ପବିତ୍ର ବନ୍ଧନକୁ ଦର୍ଶାଇଥାଏ ।
ଯଦି ଗୁରୁପୂର୍ଣ୍ଣିମାରେ କୁଣ୍ଡଳୀରେ ଗୁରୁଙ୍କ ସ୍ଥିତି ଦୁର୍ବଳ ଥାଏ, ତେବେ ଏହି ଉପାୟ କରି ଜଣେ ଏହାକୁ ମଜବୁତ କରି ପାରିବେ । କୁଣ୍ଡଳୀରେ ଗୁରୁଦୋଷ ବ୍ୟକ୍ତିକୁ ଅନେକ ଅସୁବିଧା ପ୍ରଦାନ କରେ । ଏହି ଦୋଷରୁ ମୁକ୍ତ ହେଲେ ଜଣଙ୍କ ଜୀବନରେ ପ୍ରଗତି ଓ ସମୃଦ୍ଧି ବଜାୟ ରୁହେ । କ୍ୟାରିଅର, ବିଜନେସ, ଶିକ୍ଷା ତଥା ଚାକିରୀ ଭଳି ଅନେକ କ୍ଷେତ୍ରରେ ବ୍ୟକ୍ତି ସମୃଦ୍ଧଶୀଳ ହୋଇ ଉଠିବ ।

ଆଷାଢ ମାସର ପୂର୍ଣ୍ଣିମା ତିଥି ଗତକାଲିଠୁ ସନ୍ଧ୍ୟା ୫.୫୯ ମିନିଟରୁ ଲାଗୁ ହୋଇସାରିଛି । ଏହିସ୍ଥିତିର ସମାପ୍ତି ଆଜି ସନ୍ଧ୍ୟା ୩.୪୬ ମିନିଟରେ ହେବ । ସେଥିପାଇଁ ଏହି ଗୁରୁପୂର୍ଣ୍ଣିମା ବ୍ରତ ଆଜି ରଖାଯାଇଛି । ଏହିଦିନ ଅନେକ ରାଜଯୋଗର ନିର୍ମାଣ ହୁଏ । ଯଥା- ଶଶ ରାଜଯୋଗ, କୁବେର ରାଜଯୋଗ, ଶୁକ୍ରଦିତ୍ୟ ଯୋଗ ଓ ଷଡାଷ୍ଟକ ଯୋଗ ।

ଗୁରୁପୂର୍ଣ୍ଣିମା ଦିନ ଭଗବାନ ହରି ଓ ବିଷ୍ଣୁଙ୍କ ଆରାଧନା କରନ୍ତୁ । ଏହବାଦ ବିଷ୍ଣୁଙ୍କ ଆରତି କରନ୍ତୁ । ସଫଳ ହେବେ ସମୃଦ୍ଧ ହେବେ । ତାହାସହ ଗୁରୁଯନ୍ତ୍ରକୁ ଗୋଲାପୀ ରଙ୍ଗର କପଡାରେ ସ୍ଥାପନା କରନ୍ତୁ ଓ ଗୁରୁଯନ୍ତ୍ର ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହିଦିନ ଗୈରିକ ବସ୍ତ୍ର ଧାରଣ କରନ୍ତୁ । ଚଣାର ଡାଲି, ଘିଅ, ଗୁଡ, ଚାଉଳ ତଥା ମିଠା ଦାନ କରନ୍ତୁ । ପୂଣ୍ୟପ୍ରାପ୍ତି ହେବ । ଏତତବ୍ୟତୀତ ବିଷ୍ଣୁଙ୍କ ପୂଜା କରିବା ପରେ କଦଳୀର ପ୍ରସାଦ ବାଣ୍ଟନ୍ତୁ ।

ବି.ଦ୍ର: ଉପରୋକ୍ତ କାର୍ଯ୍ୟ କରିବା ପୂର୍ବରୁ ଏହା ସମ୍ବନ୍ଧୀୟ ବିଷୟ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଏହା କେବଳ ସାଧାରଣ ଲୋକଙ୍କ ଜ୍ଞାନ ଦୃଷ୍ଟିକୋଣ ଉପରେ ଆଧାରିତ ।

Get real time updates directly on you device, subscribe now.