fbpx

କୋହଲି- ଗମ୍ଭୀର ବିବାଦରେ ପୂର୍ଣ୍ଣଛେଦ! ଏବେ ଭାରତୀୟ ଦଳରେ ଜଣେ କୋଚ, ଅନ୍ୟ ଜଣେ ମହାନ ଖେଳାଳି, ବିସିସିଆଇକୁ କୋହଲିଙ୍କ ଚିଠି

ଓଡିଶା ଭାସ୍କର: ବିରାଟ କୋହଲି ଗମ୍ଭୀରଙ୍କ ସହ ହୋଇଥିବା ପୁରୁଣା ବିବାଦକୁ ନେଇ ନିଜର ସ୍ପଷ୍ଟ ମତ ରଖିଛନ୍ତି । କାରଣ ବର୍ତ୍ତମାନ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଭାବରେ ସେ କାର୍ଯ୍ୟ କରିବେ । ଏହି କାର୍ଯ୍ୟକାଳ ସେ ଶ୍ରୀଲଙ୍କା ଗସ୍ତରୁ ଆରମ୍ଭ କରିବେ । ରନ ମେସିନ କିଙ୍ଗ କୋହଲି ଟ୍ୱେଣ୍ଟି ଟ୍ୱେଣ୍ଟିରୁ ଅବସର ନେଇ ସାରିଛନ୍ତି ସତ, ମାତ୍ର ସେ ଦିନିକିଆ ଓ ଟେଷ୍ଟ ଦଳ ପାଇଁ ଏବେ ବି ସର୍ବଶ୍ରେଷ୍ଠ ବ୍ୟାଟର ଭାରତ ପାଇଁ । ଉଭୟ ଗମ୍ଭୀର ଓ କୋହଲି ଏବେ ତିକ୍ତତାରେ ନୁହେଁ ବରଂ ଏକତାରେ କାର୍ଯ୍ୟ କରିବେ ।

କ୍ରିକେଟ ପ୍ରେମୀ ଭାବୁଥିଲେ କୋହଲି ଓ ଗମ୍ଭୀରଙ୍କ ପୁରୁଣା ବିବାଦ କୋହଲିଙ୍କ ଉପରେ କି ପ୍ରଭାବ ପକାଇବ । ମାତ୍ର, ଇତିମଧ୍ୟରେ ଭାରତର ଷ୍ଟାର ବ୍ୟାଟର ବିରାଟ ବିସିସିଆଇକୁ ଏକ ଚିଠି ଲେଖିଛନ୍ତି । ସେଥିରେ ଉଲ୍ଲେଖ ଅଛି ଯେ, ଗମ୍ଭୀରଙ୍କ ସହ ହୋଇଥିବା ପୁରୁଣା ବିବାଦ ଭାରତୀୟ ଦଳର ସମ୍ବନ୍ଧ ଉପରେ କୌଣସି ଖରାପ ପ୍ରଭାବ ପକାଇବ ନାହିଁ । ଉଭୟ ଗୋଟିଏ ହିଁ ଲକ୍ଷ୍ୟ, ମାନେ ଭାରତୀୟ ଦଳର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି କୋହଲି ଚିଠିରେ ପ୍ରକାଶ କରିଛନ୍ତି । ଏହାକୁ ନେଇ ବୋର୍ଡକୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କିଙ୍ଗ କୋହଲି କହିଛନ୍ତି ।

କହିରଖୁ, ଗମ୍ଭୀର ଓ କୋହଲି ଉଭୟ ନିଜର ବାର୍ତ୍ତାକୁ ନିର୍ଭୀକ ଭାବରେ ପ୍ରକାଶ କରିବାର କ୍ଷମତା ରଖନ୍ତି । ଉଭୟଙ୍କ ପାଖରେ ଆକ୍ରମଣାତ୍ମକ ଶୈଳୀ ରହିଛି । ଯାହାଫଳରେ ପୁରୁଣା ଦିନରେ ପଡିଆରେ ସେମାନଙ୍କ ମଧ୍ୟରେ ଅନେକ ଥର ମତଭେଦ ହୋଇଛି । କିନ୍ତୁ, ଏବେ ଏହି ଗୁରୁ –ଶିଷ୍ୟଙ୍କ ଆକ୍ରମଣାତ୍ମକ ଶୈଳୀ ପ୍ରତିପକ୍ଷ ଟିମ୍‌ଙ୍କୁ ଘାଇଲା କରିବ ବୋଲି କ୍ରିକେଟପ୍ରେମୀ କହିବାକୁ ଆରମ୍ଭ କଲେଣି । ଯାହା ଭାରତୀୟ ଦଳ ପାଇଁ ନିଶ୍ଚିତଭାବରେ ଲାଭଦାୟକ ସାବ୍ୟସ୍ତ ହେବ ।

Get real time updates directly on you device, subscribe now.