fbpx

ଅଷ୍ଟମ ଦିନରେ ସପ୍ତଦଶ ବିଧାନସଭା ଅଧିବେଶନ, ଆଲୋଚିତ ହେଉଛି ବିଭିନ୍ନ ପ୍ରସଙ୍ଗ, ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ…

ଓଡିଶା ଭାସ୍କର: ଅଷ୍ଟମ ଦିନରେ ପହଞ୍ଚି ସାରିଛି ସପ୍ତଦଶ ବିଧାନସଭା ଅଧିବେଶନ । ଅଷ୍ଟମ ଦିନରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛନ୍ତି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକ । ପ୍ରଶ୍ନକାଳରେ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଛନ୍ତି ବିପକ୍ଷ । ଏହାବାଦ ନିଜେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି ସିଂଦେଓ ଉତ୍ତର ରଖିଛନ୍ତି । କୃଷି ଓ କୃଷକ ସଶକ୍ତିକରଣଠୁ ଆରମ୍ଭ କରି ହସ୍ତଶିଳ୍ପ ପର୍ଯ୍ୟନ୍ତ ଅନେକ ବିଷୟ ଆଜି ବିଧାନସଭାରେ ଆଲୋଚନା ହେବାକୁ ଯାଉଛି । ଏତତବ୍ୟତୀତ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ଶକ୍ତି, ସମବାୟ, ମତ୍ସ ଓ ପଶୁ ସମ୍ପଦ ଭଳି ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡିକୁ ନେଇ ମଧ୍ୟ ପ୍ରଶ୍ନ ଉଠେଇ ପାରନ୍ତି ବିରୋଧୀ ।

ସେପଟେ ଶୂନ୍ୟକାଳରେ ବିରୋଧୀ ବିଧାନସଭାରେ ଗର୍ଜିବାର ବି ସମ୍ଭାବନା ରହିଛି । ବିରୋଧୀଙ୍କ ପକ୍ଷରୁ ମୁଲତବୀ ପ୍ରସ୍ତାବ ଅଣାଯାଇପାରେ । ଏହି ସମୟରେ ବିଭିନ୍ନ ବିଲ ପାରିତ କରିବାର ପ୍ରୟାସରେ ରହିବେ ଓ ବିରୋଧୀ ବେଶ୍ ଗର୍ଜିବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସେପଟେ ୯୫ ହଜାର ଲେଖା ଅନୁଦାନକୁ ବ୍ୟୟ ମଞ୍ଜୁର ବିଲ ଜରିଆରେ ପାରିତ କରିବାର ସମସ୍ତ ବଳ ଲଗାଇବ ବିରୋଧୀ ।

ଏହାବାଦ ଗୃହର କଂଗ୍ରେସ ବିଧାୟକ ତଥା ଭାଲୁ ଭାଇନା ତାରାପ୍ରସାଦ ବାହିନୀପତି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଧାନ ଓ ଝୋଟ ଭଳି ଅର୍ଥକାରୀ ଫସଲ ପ୍ରସଙ୍ଗକୁ ନେଇ ମଧ୍ୟ କୃଷି ମନ୍ତ୍ରୀଙ୍କୁ ଜଳେଶ୍ୱର ବିଧାୟକ ପ୍ରଶ୍ନ କରିଛନ୍ତି । ଏହା ଉପରେ ମଧ୍ୟ କୃଷିମନ୍ତ୍ରୀ ଉତ୍ତର ରଖି ପଶ୍ଚିମବଙ୍ଗର କଥା କହିଥିଲେ । ଚିନିକଳର କଥା ଉଠାଇ କୃଷିମନ୍ତ୍ରୀ ସେ ସମୟର ସରକାରଙ୍କୁ କହିଥିଲେ । ଏହାବାଦ ୬ ଟି ଚିନିକଳ ଓଡିଶାରେ ଥିଲା ଓ ମାତ୍ର ୨ ଟି ଚିନିକଳ ଏବେ କାର୍ଯ୍ୟରତ ବୋଲି ଉପ-ମୁଖ୍ୟମନ୍ତ୍ରୀ ତଥା କେ.ଭି ସିଂଦେଓ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଜିର ବିଧାନସଭାରେ କୃଷି ଉପରେ ବିଶେଷ ଆଲୋଚନା ଜାରି ରହିଛି ।

Get real time updates directly on you device, subscribe now.