fbpx

ବିଶ୍ୱ ପରିବେଶ ଦିବସରେ ପ୍ରଧାନମନ୍ତ୍ରୀ ଲଞ୍ଚ୍ କଲେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ, ଏହି ପାର୍କରେ ଚାରା ରୋପଣ କରି କଲେ ଶୁଭାରମ୍ଭ

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ । ଏହି ଅବସରରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ନାଁ ହେଉଛି ‘ଏକ୍ ପେଡ଼୍ ମାଁ କେ ନାମ’ । ବୁଦ୍ଧ ଜୟନ୍ତୀ ପାର୍କରେ ଚାରା ରୋପଣ କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହି ଅଭିଯାନ ଅନ୍ତର୍ଗତ ଦେଶରେ ଚାରାରୋପଣ କରାଇବା ଏହାର ମୂଳ ଉଦ୍ଦେଶ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ୪୫ ପାଖାପାଖି ଦିଲ୍ଲୀ ସ୍ଥିତ ବୁଦ୍ଧ ଜୟନ୍ତୀ ପାର୍କରେ ବିଶ୍ୱ ପରିବେଶ ଦିବସ ଅବସରରେ ‘ଏକ୍ ପେଡ଼୍ ମାଁ କେ ନାମ’ ଅଭିଯାନ ଅନ୍ତର୍ଗତ ଚାରା ରୋପଣ କରିଥିଲେ । ଏହି ସମୟରେ ତାଙ୍କ ସହ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏବଂ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସକ୍ସେନା ଉପସ୍ଥିତ ଥିଲେ । ଏହି ଅଭିଯାନ ମାଧ୍ୟମରେ ବୃକ୍ଷରୋପଣକୁ ନେଇ ଲୋକଙ୍କ ମନରେ ଗ୍ଲୋବାଲ ୱାର୍ମିଂ ଠାରୁ ବର୍ତ୍ତିବା ପାଇଁ ସଚେତନତା ସୃଷ୍ଟି କରାଯାଇ ପାରିବ । ପ୍ରଥମ ଥର ପାଇଁ ୧୯୭୨ ମସିହା ଜୁନ୍ ୫ରେ UNGA ବିଶ୍ୱ ପରିବେଶ ଦିବସ ଆରମ୍ଭ କରିଥିଲା । ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଥିମ୍ ହେଉଛି-‘Land Restoration, Desertification and Drought Resilience’ । ଏଥର ସାଉଦି ଆରବକୁ ଆୟୋଜକ ଦେଶ ଭାବେ ଚୟନ କରାଯାଇଛି ।

Get real time updates directly on you device, subscribe now.