fbpx

ପୁଣି ଥରେ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍‌, ସୋସିଆଲ ମିଡିଆରେ ବେଢା ଫଟୋ ଭାଇରାଲ

ପୁରୀ: ଶ୍ରୀମନ୍ଦିର ଉପରେ କିମ୍ବା ଭିତରେ ଫଟୋ ଉଠାଇବାକୁ ବାରଣ କରାଯାଇଛି । ମନ୍ଦିର ପ୍ରବେଶକୁ ନେଇ ମଧ୍ୟ ଅନେକ ପ୍ରକାର କଡ଼ା କଟକଣା ରହିଛି । ତଥାପି ବାରମ୍ବାର ଫଟୋ ଭାଇରାଲ ଖବର ସାମ୍ନାକୁ ଆସୁଛି । ଡ୍ରୋନ ଉଡାଇବାକୁ ନେଇ ଜଣେ ପର୍ଯ୍ୟଟକ ଦଣ୍ଡିତ ହେବା ସହ ଜରିମାନା ଦେଇଥିବା ସତ୍ତ୍ୱେ ବର୍ତ୍ତମାନ ଏପରି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ପୁଣି ଥରେ ଶ୍ରୀମନ୍ଦିରର ଡ୍ରୋନ ଫଟୋ ବର୍ତ୍ତମାନ ସାମ୍ନାକୁ ଆସିଛି । ପୁଣି ଥରେ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡିଛି । ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ବେଢାର ଫଟୋ ଭାଇରାଲ ହୋଇଛି । ତେବେ ଏହି ଭାଇରାଲକୁ ନେଇ ସିଂହଦ୍ୱାର ଥାନାରେ ମାମଲା ରୁଜୁ କରାଯାଇଛି । ଶ୍ରୀମନ୍ଦିର ଉପରୁ ଅତି ନିକଟରୁ ଭିଡିଓ ଅପଲୋଡ କରାଯାଇଛି । ଏକ ଘରୋଇ ଡ୍ରୋନ ମାଧ୍ୟମରେ ଫଟୋ ଉଠାଯାଇଛି ବୋଲି କୁହାଯାଉଛି ।

୨୦୨୨ ମସିହା ଡିସେମ୍ବର ମାସରେ ଶ୍ରୀମନ୍ଦିର ଭିତର ଫଟୋ ବାହାରକୁ ଆସିଥିଲା। ତେଣୁ ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏଥିରେ ଜଣେ ବଙ୍ଗୀୟ ୟୁ-ଟ୍ୟୁବର ଶ୍ରୀ ମନ୍ଦିର ଉପରେ ଡ୍ରୋନ ଉଡାଇଥିଲେ ।ସୂଚନା ଅନୁଯାୟୀ, ୟୁନିଫାଏଡ ଆନିମେଷ ନାମରେ ସୋସିଆଲ ମିଡିଆ ଆକାଉଣ୍ଟରୁ ୫ମିନିଟ ୪୩ ସେକେଣ୍ଡର ଭିଡିଓ ସେୟାର କରାଯାଇଥିଲା । ଯେଉଁ ଭିଡିଓରେ ଶ୍ରୀ ମନ୍ଦିରର ସମ୍ପୂର୍ଣ୍ଣ ମ୍ୟାପିଂ ଦେଖାଯାଉଛି । ଶ୍ରୀ ମନ୍ଦିର ନୀଳାଚକ୍ରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଅବସ୍ଥିତିକୁ କ୍ୟାମେରାରେ କଏଦ କରାଯାଇଥିଲା ।

ତେବେ ଭିଡିଓ ଭାଇରାଲ୍ ପ୍ରସଙ୍ଗକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦାଖଲ କରଯାଇଥିଲା। ଏହାପରେ ଭିଡିଓ ଅପଲୋଡ କରିଥିବା ବଙ୍ଗୀୟ ୟୁଟ୍ୟୁବର କ୍ଷମା ମାଗିଥିଲେ । ୟୁ-ଟ୍ୟୁବର ଜଣକ ହେଉଛନ୍ତି ଆନିମେଷ ଏବଂ ସେ ନୋ ଫ୍ଲାଇଂ ଜୋନରେ ଡ୍ରୋନ ଉଡାଇଥିବା ନେଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ କ୍ଷମା ମାଗିଥିଲେ । ଏହାପରେ ଓଡ଼ିଶାବାସୀ ଏବଂ ଓଡ଼ିଶା ପୁଲିସକୁ ଭୁଲ ମାଗି କହିଥିଲେ ଯେ, ମୁଁ ନୋ ଫ୍ଲାଇଂ ଜୋନ ସମ୍ପର୍କରେ କିଛି ଜାଣି ନଥିଲି । ଏହା ଘଟିବା ପରେ ଆଉ ଥରେ ଏଭଳି ଘଟଣା ଘଟିଛି।

Get real time updates directly on you device, subscribe now.