fbpx

ଦିନ ଥିଲା ଏ ଅଭିନେତା ୧୮ ଟଙ୍କା ପାଇଁ ସଂଘର୍ଷ କରୁଥିଲେ, ଏବେ ୮୧ କୋଟିର ମାଲିକ, ଜାଣନ୍ତୁ ଏହି ସୁପରଷ୍ଟାରଙ୍କ ସଂଘର୍ଷର ଏ ଯାତ୍ରା…

ଓଡିଶା ଭାସ୍କର: ସ୍ୱାଧୀନତା ଦିବସରେ ରିଲିଜ ହୋଇଥିବା ସିନେମା ‘ସ୍ତ୍ରୀ-୨’ ବକ୍ସ ଅଫିସରେ ଝଡ ସୃଷ୍ଟି କରି ସାରିଛି । ଏହି ସିନେମା ନିଜର ପଞ୍ଚମ ଦିନରେ ହିଁ ପ୍ରାୟ ୨୦୦ କୋଟି ଟଙ୍କା ଛୁଇଁ ସାରିଛି । ସିନେମାରେ ଅଭିନେତା ରାଜକୁମାର ରାଓ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ସିନେମାରେ ଅଭିନୟ ପାଇଁ ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରତ୍ୟେକ ସିନେମା ପାଇଁ ରାଜକୁମାର ରାଓ ମୋଟା ଅଙ୍କର ପାଉଣା ନେଇ ଥାଆନ୍ତି । ମାତ୍ର ଦିନ ଥିଲା ଏହି ରାଜକୁମାର ରାଓ ହିଁ ୧୮ ଟଙ୍କା ପାଇଁ ସଂଘର୍ଷ କରୁଥିଲେ ଓ ଅବେ ସାଜିଛନ୍ତି ୮୧ କୋଟିର ମାଲିକ । ଜାଣିବା ତାଙ୍କର ଜୟଯାତ୍ରା….

ରାଜକୁମାର ରାଓଙ୍କ ତୁଳନା ଏବେକାର ସମୟରେ ସବୁଠୁ ସଫଳ ଓ ପ୍ରସିଦ୍ଧ ଅଭିନେତାଙ୍କ ତାଲିକାରେ ଆସେ । ତାଙ୍କର ଜନ୍ମ ୩୧ ଅଗଷ୍ଟ ୧୯୮୪ ମସିହାରେ ଗୁରୁଗ୍ରାମରେ ହୋଇଥିଲା । ୩୯ ବର୍ଷୀୟ ରାଜକୁମାର ରାଓଙ୍କ ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ ପାଖରେ ଉଭୟ ‘ଶୋହରତ ଓ ଦୌଲତ’ ଅଛି । ଉଭୟର ସେ ବାଦଶାହ ଅଟନ୍ତି । ବିଦ୍ୟାଳୟରେ ପାଠ ପଢୁଥିବା ସମୟରେ ରାଜକୁମାର ରାଓଙ୍କ ବାପାମା’ ସ୍କୁଲ ଫି’ ମଧ୍ୟ ଭରିବାରେ ସକ୍ଷମ ହେଉ ନ ଥିଲେ । ଫଳରେ ତାଙ୍କର ଶିକ୍ଷକ ତାଙ୍କର ଫି’ ଭରିଥିଲେ ସେହି ସମୟରେ ।

ରାଜକୁମାର ରାଓ ସେହି ସମୟ ମଧ୍ୟ ଦେଖିଛନ୍ତି ଯେତେବେଳେ ସେ ମାତ୍ର ୧୮ ଟଙ୍କା ପାଇଁ ସଂଘର୍ଷ କରୁଥିଲେ ଜୀବନରେ । ଅଭିନେତା ହେବାର ସ୍ୱପ୍ନ ନେଇ ରାଜକୁମାର ରାଓ ମାୟାନଗରୀ ମୁମ୍ବାଇକୁ ଚାଲି ଆସିଥିଲେ । ମାତ୍ର ସ୍ୱପ୍ନ ଆଗରେ ତାଙ୍କର ଟଙ୍କା ବାଧକ ସାଜି ପାରି ନଥିଲା । ଦିନ ଥିଲା ରାଜକୁମାର ପାରଲେ-ଜି ବିସ୍କୁଟ ଓ ଫ୍ରୁଟି ପିଇ ବି ଦିନ କାଟୁଥିଲେ । ମୁମ୍ବାଇ ଆସିବା ପରେ ଅଭିନେତା ରାଜକୁମାର ରାଓ ଗୋଟିଏ ପରେ ଗୋଟିଏ ଅଡିଶନ ମଧ୍ୟ ଦେଉଥିଲେ । ତାଙ୍କୁ ୨୦୧୦ ମସିହାରେ ରିଲିଜ ହୋଇଥିବା ସିନେମା ‘ଲବ ସେକ୍ସ ଓ ଧୋକା’ ସିନେମା ପାଇଁ ମାତ୍ର ୧୧ ହଜାର ଟଙ୍କା ମିଳିଥିଲା । ପରେ ସେ ୨୦୧୧ ମସିହାରେ ଆସିଥିବା ସିନେମା ‘ରାଗିଣୀ ଏମଏମଏସ’ ରେ କାମ କରିଥିଲେ । ଏଥିରେ ତାଙ୍କର ପାଉଣା ଥିଲା ୧ ଲକ୍ଷ ଟଙ୍କା । ଏକ ରିପୋର୍ଟ ଅନୁଯାୟୀ ରାଜକୁମାର ରାଓ ଏବେ ୮୧ କୋଟିର ମାଲିକ ଅଟନ୍ତି । ତାଙ୍କର ସଂଘର୍ଷର କାହାଣୀ ଅଭିନୟରେ ରୁଚି ରଖୁଥିବା ଯୁବପିଢି ପାଇଁ ପ୍ରେରଣା ଅଟେ ।

Get real time updates directly on you device, subscribe now.