fbpx

ଏମିତି ଏକ ଜାଗା ରହିଛି, ଯେଉଁଠି କ୍ରିକେଟ ସମ୍ପୂର୍ଣ୍ଣ ବ୍ୟାନ୍

ନୂଆଦିଲ୍ଲୀ: କେବେ ଶୁଣିଛନ୍ତି, କ୍ରିକେଟ ଖେଳିଲେ ଦେବାକୁ ହୁଏ ଜରିମାନା? ହଁ ଏମିତି ଏକ ଦେଶ ଅଛି ଯେଉଁଠି କ୍ରିକେଟ ଖେଳିବା ହେଉଛି ଅପରାଧ । କ୍ରିକେଟ ଖେଳିଲେ ସଙ୍ଗେ ସଙ୍ଗେ ପୋଲିସ ପହଞ୍ଚି ଯାଏ ସେଠାରେ ଓ ଆଦାୟ କରେ ମୋଟା ତଣ୍ଡ । ଭାରତୀୟ କରେନ୍ସିରେ ଯାହାର ମୂଲ୍ୟ ପ୍ରାୟ ୯୨୦୦ ଟଙ୍କା । କେହି କାଳେ କେତେବେଳେ କ୍ରିକେଟ ଖେଲିବ ବୋଲି, ଗଳି, କନ୍ଦି, ଖେଳ ପଡିଆ ସବୁଠି ଲାଗିଛି କ୍ୟାମେରା ।

ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ବ୍ୟାନ କରାଯିବା ପଛରେ କଣ ରହିଛି କାରଣ ବୋଲି ଭାବୁଛନ୍ତି କି? କାରଣ ସେହି ସହରର ମୋଟ ଜନସଂଖ୍ୟା ୩୦ ହଜାର । ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ବାଙ୍ଗଲାଦେଶୀ ମୁସଲମାନ । ଆଉ ବାଙ୍ଗଲାଦେଶରେ କ୍ରିକେଟ ପ୍ରତି ଲୋକଙ୍କ ଭିତରେ ରହିଛି ଜୁନୁନ । ୧୯୯୦ ଦଶକରେ କ୍ରୁଜସିପ ତିଆରି ପାଇଁ ବାଙ୍ଗଲାଦେଶରୁ ଶ୍ରମିକ ଆସିଥିଲେ । ଧୀରେ ଧୀରେ ସେହି ସହରରେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।

ସେମାନେ କ୍ରିକେଟରେ ବହୁ ସମୟ ମାତିରହୁଥିଲେ । ସାର୍ବଜନୀନ ସ୍ଥାନରେ ନମାଜ ପଢୁଥିଲେ । ଯାହା ସେହି ସହରର ସ୍ଥାୟୀ ବାସିନ୍ଦାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କଲା । ସେଠାକାର ସାଂସ୍କୃତିକ ଅସ୍ମିତା ପ୍ରତି ବିପଦ ସୃଷ୍ଟି କଲା । ଯାହାକୁ ନିର୍ବାଚନରେ ମୁଦ୍ଦାକଲା ସେଠାକାର ବାମପନ୍ଥୀ ପାର୍ଟି । ପାର୍ଟିର ନେତା ମାରିୟା ସିସିଏନ ଏହି ମୁଦ୍ଦାକୁ ନେଇ ମୈଦାନକୁ ଓହ୍ଲାଇଲୋ କ୍ରିକେଟକୁ ବାଙ୍ଗଲାଦେଶୀ ମୁସ୍ଲିମଙ୍କ ବିରୋଧରେ ପ୍ରତିକ ଭାବେ ବ୍ୟବହାର କରି ଖେଳକୁ ବ୍ୟାନ କରିଦିଆଗଲା ।

ଏହି ଜାଗା ରହିଛି ଇଟାଲୀରେ । ଇଟାଲୀର ମୋନଫାଲକୋନ ସହରରେ କ୍ରିକେଟ ନାଁ କହିଲେ ଲୋକେ ମାରିବାକୁ ଗୋଡେଇବେ ।

Get real time updates directly on you device, subscribe now.