fbpx

କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ୱର,୭ ।୧୧(ଓଡିଶା ଭାସ୍କର): ବାଲେଶ୍ବର ସହଦେବଖୁଣ୍ଟାରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ । ୩ ଅଭିଯୁକ୍ତଙ୍କଠାରୁ ୧ କେଜି ୧୦୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ବାଲେଶ୍ୱର ପୁଲିସର ମିଳିତ ଉଦ୍ୟମରେ ହୋଇଥିବା ଏହି ଚଢ଼ାଉରେ ୩ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ କୋଟିଏ ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚ ଏସଟିଏଫ୍ ବର୍ତ୍ତମାନ ସୁଦ୍ଧା ୧୩ କେଜିରୁ ଉର୍ଦ୍ଧ ବ୍ରାଉନସୁଗର ଜବତ କରିସାରିଛି। ଏଥିସହିତ ୨୫ଟି ମାମଲାରେ ୪୭ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣ ହେଉଛନ୍ତି ଅରଡବଜାରର ଏସକେ ଜାମିର ଓରଫ୍ ଛୋଟୁ, ନୟାବଜାରର ପ୍ରଭାତ ସେଠୀ , କାଶୀମିଳାର ଯଶୋବନ୍ତ ବାଗ୍ ।

Get real time updates directly on you device, subscribe now.