ଦିନେ ବିଧାନସଭାରୁ ଟେକି ଟେକି ବାହାର କରିଦିଆଯାଇଥିଲା, ଏବେ ବାଚସ୍ପତି ହୋଇ ସେହି ବିଧାନସଭା ଚଲାଇବେ
ସମୟ ବଦଳିବା ସହ ପରିସ୍ଥିତି ମଧ୍ୟ ବଦଳିଛି। ଯାହାକୁ ଦିନେ ବିଧାନସଭାରୁ ଜୋର ଜବର ଦସ୍ତି ବାହାର କରିଦିଆଯାଇଥିଲା। ଏବେ ସେହି ବିଧାନସଭା ତାଙ୍କ ଇସାରାରେ ଚାଲିବ।
ନୂଆଦିଲ୍ଲୀ: ସମୟ କେତେବେଳେ କାହାର ବି ବଦଳି ଯାଇପାରେ। କିଏ ଭିକାରୀରୁ ରାଜା ହୋଇଯାଏ ତ ଆଉ କିଏ ରାଜାରୁ ଭିକାରୀ। ଏହିପରି ଘଟଣା ଆପଣମାନେ ଅନେକ ସମୟରେ ଦେଖିଥିବେ। ଏବେ ଠିକ୍ ସେହିପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି। ଯାହାକି ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଯାହାକୁ ଦିନେ ବିଧାନସଭାରେ ଅପମାନିତ କରାଯାଇଥିଲା। ଜୋର ଜବରଦସ୍ତି ବିଧାନସଭାରୁ ବାହାର କରିଦିଆଯାଇଥିଲା। ଏପରିକି କ୍ଷମତା ବଳରେ ଯେଉଁ ବିଧାୟକଙ୍କୁ ଦିନେ ଟେକି ଟେକି ବିଧାନସଭାରୁ ବାହାରକୁ କାଢ଼ିଦିଆଯାଇଥିଲା। ଏବେ ସମୟ ବଦଳିବା ସହ ସେ ବାଚସ୍ପତି ହୋଇଛନ୍ତି।
ଦିଲ୍ଲୀ ବାଚସ୍ପତି: ଯେଉଁ ବିଧାନସଭାରୁ ଦିନେ ତଡ଼ା ଖାଇଥିଲେ। ଏବେ ସେହି ବିଧାନସଭା ତାଙ୍କ ଇସାରାରେ ଚାଲିବ। ଦିନେ ବିଧାୟକ ହୋଇ ବିରୋଧୀ ଦଳରେ ରହୁଥିଲେ। ହେଲେ ଏବେ ବାଚସ୍ପତି ହୋଇ ବିଧାନସଭା ଚଲାଇବେ।
ସେ ଆଉ କେହି ନୁହଁନ୍ତି ବିଜେପି ବିଧାୟକ ତଥା ଦିଲ୍ଲୀର ନୂଆ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା। ଯାହାଙ୍କ ନାଁ ମୁଖ୍ୟମନ୍ତ୍ରୀ ରେସରେ ମଧ୍ୟ ଥିଲା। ହେଲେ ଦଳ ତାଙ୍କୁ ମୁଖ୍ୟମନ୍ତ୍ରୀ ସିନା କଲାନି କିନ୍ତୁ ପୁରା ବିଧାନସଭା ଚଲାଇବାର ଦାୟିତ୍ୱ ଦେଇଦେଲା।
ଆକ୍ସନ ନେବେ ବିଜେନ୍ଦ୍ର: ହଁ ଇଏ ସେହି ବିଜେନ୍ଦ୍ର ଗୁପ୍ତା। ଯାହାଙ୍କୁ ଦିନେ ଆପ ସରକାର ସମୟରେ ଟେକି ଟେକି ବିଧାନସଭା ବାହାରେ ନେଇ ଛାଡି ଦିଆଯାଇଥିଲା। ଯେତେବେଳେ କି ସିଏ ବିରୋଧୀ ଦଳ ନେତା ଭାବରେ କାମ କରୁଥିଲେ।
କିନ୍ତୁ ସେତେବେଳେ ବିଧାନସଭାରେ କୌଣସି ପ୍ରସଙ୍ଗରେ ହଙ୍ଗାମା ହୋଇଥିଲା। ସେତେବେଳେ ସରକାରରେ ଥିଲା ଆପ୍। ଆଉ ବିଜେନ୍ଦ୍ରଙ୍କୁ ଜୋର ଜବର ଦସ୍ତି ବିଧାନସଭା ବାହାରେ ଫୋପାଡି ଦେଇଥିଲା। ହେଲେ ଏବେ ତାଙ୍କୁ ବିଜେପି ଦିଲ୍ଲୀର ବାଚସ୍ପତି କରିଛି। ତେଣୁ ସେଦିନର ଘଟଣା ପାଇଁ ବିଜେନ୍ଦ୍ର କି ଆକ୍ସନ ନେବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।
କ’ଣ ଘଟିଥିଲା ସେଦିନ: ଘଟଣାଟି ହେଉଛି ୨୦୧୫ ମସିହାର। ତତ୍କାଳୀନ ଆପ୍ ବିଧାୟକ ଅଳକା ଲାମ୍ବାଙ୍କ ବିରୋଧରେ ଶ୍ରୀ ଗୁପ୍ତାଙ୍କ ସହଯୋଗୀ ତଥା ବିଧାୟକ ଓପି ଶର୍ମା ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଧାନସଭାରେ ବେଶ ହଙ୍ଗାମା ଦେଖିବାକୁ ମିଳିଥିଲା।
ଏହାପରେ ଶ୍ରୀ ଗୁପ୍ତାଙ୍କୁ ବିଧାନସଭା ମଧ୍ୟରୁ ୬ରୁ ଅଧିକ ମାର୍ଶଲ ଟେକି ଟେକି ବାହାର କରିଦେଇଥିଲେ। ତାଙ୍କୁ ବାହାରକୁ ନେବା ବେଳେ ସେ ଚିତ୍କାର କରିବା ସହ ସବୁ ପ୍ରକାରର ବଳ ଲଗାଇ ଭିତରେ ରହିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କୁ ବଳପୂର୍ବକ ଗୃହରୁ ବାହାର କରି ଦିଆଯାଇଥିଲା।