fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ଦୁଇ ଗୁରୁତର, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

Advertisement

କରଞ୍ଜିଆ: (ଓଡ଼ିଶା ଭାସ୍କର) ମୟୁରଭଞ୍ଜ ଜିଲ୍ଲାର ଶେଷ ସୀମାରେ ଥିବା ରରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବୀରେ ୧୨ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଗତକାଲି ସନ୍ଧ୍ୟା ସମୟରେ ଗୋଟିଏ ବାଇକ ଏବଂ କାର ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି।

ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ରରୁଆଁ ଡାକ୍ତରଖାନା ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ବ୍ୟକ୍ତିଙ୍କୁ କ୍ଷୟକ୍ଷତି ଦାବିରେ ଗତକାଲି ସନ୍ଧ୍ୟା ୬ ରୁ ସ୍ଥାନୀୟ ଲୋକେ ଟାୟାର ଜାଳି ୧୨ ଘଣ୍ଟାରୁ ଉର୍ଦ୍ଧ ରାସ୍ତାରୋକ କରିଛନ୍ତି। ଅଙ୍ଗାରପଦା ନିକଟରେ ରରୁଆଁ ଏବଂ ଚମ୍ପୁଆ ମୂଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି, ରାସ୍ତା ଅବରୋଧ ହେଇଥିବାରୁ ଅନେକ ଗାଡି ଅଟକି ରହିଛି ।

ଗତକାଲି ଘଟଣା ସ୍ଥଳରେ ରରୁଆଁ ତହସିଲଦାର ଏବଂ ରରୁଆଁ ଥାନା ଅଧିକାରୀ ପହଁଚି ସ୍ଥାନୀୟ ଲୋକଙ୍କୁ ଅନେକ ବୁଝାସୁଝା କରିଥିଲେବି ଲୋକେ ନିଜ ଜିଦ୍ ରେ ଅଟଳ ରହି ରାସ୍ତା ଅବରୋଧ ଜାରି ରଖିଛନ୍ତି। ତେବେ ମୃତକ ଜଣଙ୍କ ସେହି ଅଙ୍ଗାରପଦା ଗ୍ରାମର ରଜତ ମହାନ୍ତ ବୋଲି ଜଣାପଡିଛି।

Get real time updates directly on you device, subscribe now.