fbpx
BSKY SKY
BSKY SKY

ଡେଲଟା ଭାରିଆଣ୍ଟକୁ ନଷ୍ଟ କରିଦେବ ଏହି ଭ୍ୟାକ୍ସିନର ଗୋଟିଏ ଡୋଜ୍

BSKY

ନୂଆଦିଲ୍ଲୀ: ବର୍ତ୍ତମାନ କରୋନା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । କରୋନାର ଡେଲଟା ଭାରିଆଣ୍ଟକୁ ନେଇ ଜନସାଧାରଣ ଏବେ ବେଶିମାତ୍ରାରେ ଭୟଭୀତ ଅବସ୍ଥାରେ ରହିଛନ୍ତି । କାରଣ କୋଭିଡର ଅନ୍ୟ ଭାରିଆଣ୍ଟ ତୁଳନାରେ ଅଧିକ ଭୟଙ୍କର । ତେବେ ଏହି ସମୟରେ ଜନସନ ଆଣ୍ଡ ଜନସନ ପକ୍ଷରୁ ଏକ ଆଶ୍ୱସ୍ତିକର ଖବର ଆସିଛି । ଡେଲଟା ଭାରିଆଣ୍ଟ ବିପକ୍ଷରେ ଏହି ଟିକା ପ୍ରଭାବଶାଳୀ ସାବ୍ୟସ୍ତ ହେଉଥିବା ଦେଖାଯାଉଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି । ଆଗକୁ ଆସିବାକୁ ଥିବା ଫାଇନାଲ ରିପୋର୍ଟ ପରେ ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି ।

ଜଣାପଡ଼ିଛି ଯେ, ଡେଲଟା ଭାରିଆଣ୍ଟ ବ୍ୟତୀତ ଆଲଫା, ଗାମା ଆଦି ଭାରିଆଣ୍ଟ ବିପକ୍ଷରେ ଜନସନ ଆଣ୍ଡ ଜନସନର ଗୋଟିଏ ଡୋଜ୍ ପ୍ରଭାବଶାଳୀ ରହୁଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଗୋଟିଏ ଡୋଜ ନେବା ପରେ ପ୍ରାୟ ଆଠ ମାସ ପର୍ଯ୍ୟନ୍ତ ଜଣଙ୍କର ଶରୀରରେ ଶକ୍ତିଶାଳୀ ଆଣ୍ଟିବଡି ତିଆରି ହୋଇପାରିବ । କୋଭିଡ୍ ଭାଇରସ୍ ବିରୋଧରେ ଏହା ୮୫ ପ୍ରତିଶତ କାର୍ଯ୍ୟ କରୁଛି । ଏହି ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା ଓ ମୃତ୍ୟୁର ଆଶଙ୍କା ହ୍ରାସ ପାଇବ ବୋଲି କୁହାଯାଇଛି । ଜନଜନ ଆଣ୍ଡ ଜନସନ ଟିକା ନେବାର ୨୯ ଦିନ ମଧ୍ୟରେ ଏହା ଡେଲଟା ଭାରିଆଣ୍ଟକୁ ନଷ୍ଟ କରିଦେବା ସହ ସମୟାନୁସାରେ ଏହି ଟିକା ଅଧିକ ଶକ୍ତିଶାଳୀ ହୋଇଥାଏ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.